ଆଖି ଦୁଇଟି ମୂକ ସାକ୍ଷୀ
ମୁହଁରେ ରହିଛଂତି ଲାଖି
ଉଭୟେ ବାକ୍‌ଶକ୍ତି ବିହୀନ
ଦେଖୁଥାଆଂତି ଦୃଶ୍ୟମାନ

ମୁଂଡର ଦୁଇ ପାଖେ କାନ
ଶୁଣଂତି ଅସରା ବଚନ
କିଛି ପାରଂତି ନାହିଁ କହି
ଥାଆଂତି ମୂକ ହୋଇ ରହି

କେବଳ ଅବିବେକୀ ତୁଂଡ
ସ୍ବଭାବେ ପ୍ରଚଂଡ ଦୁର୍ଦଂଡ
ମୁଂଡକୁ ପଦେ ନ ପଚାରି
ହୁଏ ମୌନତା ଭଂଗକାରୀ

ଲୋକଂକ ଏପରି ସ୍ବଭାବ
ଯୋଗୁଁ ଭାଷାରେ ନାହିଁ ଭାବ
ଚାଲିଛି ଅନର୍ଗଳ କଥା
ତେଣୁ ଭାଷାରେ ଅବ୍ୟବସ୍ଥା

ଲାଗିରହିଛି ଏ ପର୍ଯଂତ
ଥରେ ବି ହୋଇନି ତଦଂତ
ନିଜ ଭାଷାର ଆଦି, ଅଂତ
ଚିଂତା କରୁଛି ହଂତସଂତ