ଲହଡି ର ତାଳେ ତାଳେ ବୋହୁଛି ପବନ
ଅଟ୍ଟହାସ୍ୟ କରୁଅଛି ନୀଳିମା ଗଗନ

ପବନର ବେଗ ସତେ ଅସମ୍ଭାଳ ହେଲା
ଘର ଦ୍ୱାରା ଗଛ ନଦୀ ବନ୍ଧକୁ ଭାଙ୍ଗିଲା

ହାହାକାର ଚାରିଆଡେ ପଡୁଛି ଭାଳେଣି
ପଶୁପକ୍ଷୀ ନର ଶବ ହେଉନାହିଁ ଗଣି

ଛୁଆ କାନ୍ଦେ ରାହା ଧରି ବିଜୁଳି ଧ୍ୱନିରେ
ମାଆ ତାକୁ ତୁନି କରେ ପଣତ କାନିରେ

ହିଆ ଥରେ ପ୍ରଳୟରେ ଥରେ ଚଉ ବାହା
ଜଗନ୍ନାଥ ଏକା ଆମ ଓଡିଶାକୁ ସାହା ।।