"ପ୍ରେମ ଏକ ଅସମ୍ପୂର୍ଣ୍ଣ ଜଟିଳ ଭଗ୍ନାଶ
ଭାଗ ଭାଗ ହୋଇ ବିତିଯିବା ପରେ,
ରହିଯାଏ କିଛି ଅମେଣ୍ଟା ଶୋଷ"

ଅର୍ଥାତ ~ ଜୀବନ ଶେଷ ହୋଇଯାଏ କିନ୍ତୁ ପ୍ରେମ କେବେ ଶେଷ ହୁଏ ନାହିଁ। ଏଠି ପ୍ରେମ ମାନେ କେବଳ ପୁଅ ଝିଅ ଙ୍କ ପ୍ରେମକୁ ଇଙ୍ଗିତ କରା ହୋଇନାହିଁ। ପ୍ରେମ କିଛି ବି ହୋଇପାରେ ଦେଶପ୍ରେମ ହେଉ କି କୁନି ଛୁଆଙ୍କ ପ୍ରତି ଥିବା ପ୍ରେମ ହେଉ । କୌଣସି ଦ୍ରବ୍ୟ ପ୍ରତି ହେଉ ଅବା ସମାଜ ପ୍ରତି ହେଉ । ପ୍ରେମ ଜୀବନ ର ସମୟ ଚକ୍ର ସହ ଭାଗ ଭାଗ ହୋଇ ଧୀରେ ଧୀରେ ଗତି କରେ । ବେଳେ ବେଳେ ଏହା ନଦୀର ସ୍ରୋତ ପରି ଅଧିକ ପ୍ରଖର ହୁଏ ତ ପୁଣି କେତେବେଳେ ଧିମେଇ ଯାଏ କଇଁଛ ର ପାଦ ସହ ତାଳ ଦେଇ । କିନ୍ତୁ ପ୍ରେମ ଯେତେ ବି ଆଗେଇ ଆଗେଇ ଯାଏ କେବେ ସରେ ନାହିଁ । ତାର କୌଣସି ପୂର୍ଣ୍ଣଛେଦ ପଡେନାହିଁ । ସମୟ ବିତି ଯିବା ପରେ ଅନୁଭବ ହୁଏ କି ଯଦି ମୁଁ ଆଉ ଟିକିଏ ଏହାକୁ ଅନୁଭବ କିମ୍ବା ଉପଭୋଗ କରିଥାନ୍ତି କେତେ ବଢିଆ ହୋଇ ଥାଆନ୍ତା ସତରେ... କିନ୍ତୁ ସମୟ କାହାକୁ ଅପେକ୍ଷା କରେନି କିମ୍ବା ସେ ସମୟ କେବେ ପଛକୁ ଫେରି ଯାଏନାହଁ । (ସୀତାକାନ୍ତ ନନ୍ଦ)