ତୃତୀୟ ସନ୍ଧ୍ୟାର ହିନ୍ଦୀ ନାଟକ କମଳା ଦେବୀ

ଭୁବନେଶ୍ୱର: କନ୍ନଡର ପ୍ରସିଦ୍ଧ ମହିଳା ଉପନ୍ୟାସକାର ବୈଦେହୀଙ୍କ ରଚିତ 'କମଳାଦେବୀ ଚଟ୍ଟୋପାଧ୍ୟାୟ'ଙ୍କ ଜୀବନ କାହାଣୀ ଉପରେ ରଚିତ ଏହି ନାଟକ | କମଳାଦେବୀ ଏକାଧାରରେ ଥିଲେ ସ୍ଵାଧୀନତା ସଂଗ୍ରାମୀ ଓ ତତ୍କାଳୀନ ମାଡ୍ରାସ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ବିଧାୟକ |ସେ ମହାତ୍ମା ଗାନ୍ଧୀଙ୍କ ସହିତ ଲବଣ ସତ୍ୟାଗ୍ରହରେ ମଧ୍ୟ ଭାଗ ନେଇଥିଲେ | ଏହି ନାଟକରେ କମଳା ଦେବୀଙ୍କର ଗୌରବମୟ ବାଲ୍ୟକାଳ ଓ ଯ଼ୌବନରେ ସଂଘର୍ଷ କାହାଣୀ ତଥା ଭାରତୀୟ ସାହିତ୍ୟ, ସଂସ୍କୃତିକୁ ତାଙ୍କର ଅବଦାନ ବିଷୟରେ ପ୍ରଦର୍ଶିତ କରାଯାଇଛି |

ନାଟକର ଆରମ୍ଭ ହୁଏ କମଳାଦେବୀଙ୍କର ଛୋଟ ସମୟରେ ତାଙ୍କର ପୈତୃକ ଘର ମାଙ୍ଗାଲୋରରୁ | ତାଙ୍କର ମା ଗିରିଜା ବାଈ ଓ ଶିକ୍ଷକ ମାର୍ଗାରେଟଙ୍କ ଠାରୁ ଵାଳୁତ କାଳରେ ପ୍ରାପ୍ତି କରିଥିବା ନୀତି, ନିୟମ ଓ ଶିକ୍ଷାର ପ୍ରଭାବ ତାଙ୍କୁ ଏକ ସାହସୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀରେ ପରିଣତ କରିପାରିଥିଲା | ତାଙ୍କର ମାଆ ଥିଲେ ଜଣେ ଶିକ୍ଷିତ, ପ୍ରଗତିବାଦୀ, ଧାର୍ମିକ ମନୋଭାବର ମହିଳା | ଏହି ଗୁଣଗୁଡିକ ମା'ଙ୍କଠାରୁ ଶିକ୍ଷା କରି କମଳାଦେବୀ ସମାଜରେ ଥିବା ଅନ୍ଧବିଶ୍ୱାସ ଓ ପୁରୁଷ କେନ୍ଦ୍ରିକ ସମାଜରେ ନାରୀମାନଙ୍କ ମତାମତକୁ ଚାପି ଦିଆଯାଉଥିବା ବିରୁଦ୍ଧରେ ସ୍ୱର ଉଠେଇବା ପାଇଁ ସାହସ ଜୁଟାଇପାରିଥିଲେ | ସେ ପ୍ରଖ୍ୟାତ୍ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଭାଇ ବିଶିଷ୍ଟ କଳାକାର ହରିନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କୁ ବିବାହ କରିଥିଲେ | ପାରିବାରିକ ଜୀବନରେ ମତାନ୍ତର ଓ ସାମାଜିକ ସମ୍ନାନ କ୍ଷୁର୍ଣ୍ଣ ହେବା ଯୋଗୁଁ ସେ ବିବାହ ବିଚ୍ଛେଦ କରିଥିଲେ | ବିବାହ ବିଚ୍ଛେଦ ପରେ ସାରା ଜୀବନ ସେ ମହିଳାମାନଙ୍କର ସାମାଜିକ ଉନ୍ନତି, ଭରତୀୟ ସଂସ୍କୃତି, ଲୋକକଳା, ଚାରୁକଳା ସହିତ ଭାରତୀୟ ତନ୍ତଶିଳ୍ପର ଉନ୍ନତି ପାଇଁ ମନୋନିବେଶ କରିଥିଲେ | ସେ ଥିଲେ ଜଣେ ଉଚ୍ଚକୋଟୀର ମଞ୍ଚ କଳାକାର | ପ୍ରାୟ ସ୍ୱାଧୀନତା ଦିନମାନଙ୍କରେ ଇଂରେଜ୍ ସରକାରଙ୍କ ବିରୁଦ୍ଧରେ ନାଟକ ପ୍ରଦର୍ଶନ କରି ସେ ଚହଳ ସୃଷ୍ଟି କରିପାରିଥିଲେ |