ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳିମାନେ

ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶା (FAO) ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଭାବେ ଆୟୋଜିତ ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ ଏବଂ କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡରେ ଖେଳାଯିବ |

ଏହି ଟୁର୍ନାମେଣ୍ଟ ଚଳିତ ମାସ ୨୭ ତାରିଖରେ ଶେଷ ହେବ। ରବିବାର ଦିନ କଳିଙ୍ଗ ଷ୍ଟାଡିୟମ୍ ରେ ଓଡିଶା ପୋଲିସ ଓ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା, ଯେଉଁଥିରେ ସ୍ପୋର୍ଟସ ହଷ୍ଟେଲ ୬-୧ ଗୋଲ ରେ ବିଜୟୀ ହୋଇଛି  |