ଫଟୋ - ୱିକି କମନ୍ସ

(କିଛି ବିବାହ ଏଇ ପୃଥିବୀରେ ନିଷ୍ପତ୍ତି ନିଆଯାଇଥାଏ ମାତ୍ର ସ୍ଵର୍ଗରେ ସମ୍ପୂର୍ଣ୍ଣ ହୋଇଥାଏ ।)

କାଳେ କାଳେ ମଣିଷ ନିଜର ଭାବନା, ଆବେଗ ଓ ସମ୍ବେଦନାର ପରିପ୍ରକାଶ କରିବା ପାଇଁ ଶବ୍ଦର ସାହାରା ନେଇ ଆସିଛି । କାଳକ୍ରମେ ଲିଖିତ ଭାଷାର ଉପଯୋଗ କରି ସେ ନିଜର ଭାବନା ଓ ସମ୍ବେଦନାକୁ ନିଜର ପ୍ରିୟତମ ନିକଟରେ ପହଞ୍ଚାଇଲା। କବିତା, ଗଳ୍ପ, ଉପନ୍ୟାସ, କଥା, ପୁରାଣ, ଇତିହାସ ଓ କିମ୍ବଦନ୍ତୀ ଆଦି ଲିଖିତ ଆକାରରେ ପଢ଼ିବାର ରୋମାଞ୍ଚ ତଥା ଅନୁଭୂତି ଅନନ୍ୟ । ଲାଗେ ସାମ୍ନାରେ କେହି ଜଣେ ଶୁଣୁଛି ଆମ କଥା । ଲିଖିତ ଭାଷାର କଥୋପକଥନ ଆମକୁ ସେହି ଚରିତ୍ର ସହିତ ଭାବଗତ ସମ୍ପର୍କଟିଏ ତିଆରିଥାଏ । ରାତ୍ରୀ ରାତ୍ରୀ ଅନିଦ୍ରା ହୋଇ ଆମେ ଯାତ୍ରା, ଦାସ୍‌କାଠିଆ, ପାଲା, ଦଣ୍ଡନାଚ ତଥା ବିଭିନ୍ନ ପାରମ୍ପରିକ ଉତ୍ସବମାନ ଦେଖିଥାଆନ୍ତି । ନିଜ ଆଖି ସାମ୍ନାରେ ଚଳପ୍ରଚଳ କରୁଥିବା ଚରିତ୍ରମାନଙ୍କୁ ଦେଖି ଆମେ ଅଦ୍ଭୁତ ଆନନ୍ଦ ପାଇଥାନ୍ତି । ଚିଠି କଥା ନିଆଯାଉ । ଆମମାନଙ୍କ ଭିତରୁ ଅନେକ ପୋଷ୍ଟକାର୍ଡ, ଇନ୍‌ଲ୍ୟାଣ୍ଡ ଲେଟର୍ ହେଉ ଅବା ନୀଳ ଲଫାପା ହେଉ, ସେଥିରେ ଆସିଥିବା ଲିଖିତ ଚିଠିକୁ ପଢ଼ି ସୁଦୂରରେ ରହୁଥିବା ନିଜର ପରିଜନ ସହିତ କଥାବାର୍ତ୍ତା କଲା ପରି ମଣିଥାଉ । ଲାଗେ ସତେ ଯେପରି କୋଶ କୋଶ ଦୂରରୁ ନିଜର ସମ୍ପର୍କୀୟ କେହି ଜଣେ ଖାଲି ଚିଠି ଖଣ୍ଡେ ଦେଇନାହିଁ ବରଂ ତା’ ସହିତ ଦୀର୍ଘ ଦିନର ସାକ୍ଷାତ ନହୋଇଥିବା ଦୁଃଖରେ ନିଜେ ଉପସ୍ଥିତ ହୋଇ ପଚାରି ଯାଉଛି ଆମ କଥା ଆଉ ବଖାଣୁଛି ନିଜ କଥା । ଏବେ ତ ଆଉ ସେ ଚିଠି ଯୁଗ ନାହିଁ । ତା ଯାଗା ନେଇଯାଇଛି ମୋବାଇଲ୍ ।

ମୋବାଇଲ୍‌ରେ ଉପଲବ୍ଧ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମ ହେଉ ଅବା ଭିଡିଓ କଲ୍ କିମ୍ବା କନ୍‌ଫରେନ୍ସ କଲ୍ । ଆମେ କାହିଁ କେତେ ଦୂରରେ ଥିବା ନିଜର ପ୍ରିୟଜନ ସହିତ କଥୋପକଥନ କରିପାରୁଛନ୍ତି । ସେମାନଙ୍କୁ ଦେଖିପାରୁଛନ୍ତି । ଟେଲିଫୋନ୍‌, ମୋବାଇଲ୍ ଉଦ୍ଭାବନ ଯଦିଓ ଆମର ଭାବପ୍ରବଣତାକୁ ଅନେକାଂଶରେ ମାରି ଦେଇଛି ବୋଲି କେହି କେହି କହନ୍ତି କିନ୍ତୁ ଆମକୁ ଅନ୍ୟ ଏକ ଉପାୟ ମଧ୍ୟ ଦେଇଛି । ସମ୍ପୂର୍ଣ୍ଣ ଭାବେ ମରିଯାଇନି ଆମ ଭାବପ୍ରବଣତା ଆମେ କଥା ହୋଇପାରୁଛେ ଆମ ନିଜ ଲୋକଙ୍କ ସହିତ ନିଜ ପ୍ରିୟ ମଣିଷ ସହିତ ।

କୁହାଯାଇଥାଏ କି ସମ୍ପର୍କକୁ ବି ବେଳେବେଳେ ଭୋକ ହୁଏ ସେ ବି ଚାହେଁ କେହି ପରୋଷି ଦିଅନ୍ତାକି । ଧରି ନିଅନ୍ତୁ ଆପଣ ଆଜି ଖୁବ ଦୁଃଖି ଅଛନ୍ତି । ନିଜର ଭାବନା ମନ ଭିତରର ଦୁଃଖ ଓ କ୍ଷୋଭକୁ କାହା ନିକଟରେ ପ୍ରକାଶ କରି ପାରୁନାହାନ୍ତି । ଆଉ ଠିକ୍ ସେତିକିବେଳେ କେହି ଜଣେ ଆପଣାର ଆପଣଙ୍କର ଅତି ନିଜର ଅବା କେହି ପରିଚିତ ଆପଣଙ୍କୁ ପଚାରୁଛି ?

ଠିକ ଅଛନ୍ତି ନା ?

କହିଲେ ଦେଖି ଏଇ ପଦୁଟିଏ କଥାରେ, ଏଇ ଧାଡ଼ିଟିଏ ଶବ୍ଦରେ ଆପଣ ବିହ୍ଵଳିତ ହୋଇ ଯିବେନି କି ?

ଭାବିବେନି ସେତିକିବେଳେ କି ବୋଧହୁଏ ଦୁନିଆରେ ଏଇ ଧାଡ଼ିଟି ଛଡ଼ା ଆଉ କିଛି ଅମୃତ ବୋଲି ନାହିଁ ।

ଧରି ନିଅନ୍ତୁ ଆମେ ଏପରି ଏକ ସମୟରେ ବାସ କରୁଛେ ଯେଉଁଠି ଆଧୁନିକ ଯୁଗର ଗୁଡ଼ାଏ ରୋବୋଟ ଅଛନ୍ତି । ଆମ ଦୈନନ୍ଦିନ ଜୀବନରେ ସେଇମାନେ ହିଁ ଆମର ପ୍ରିୟ । କାହାରି ପାଖରେ ଆଉ ସମୟ ନାହିଁ । ସମସ୍ତେ ନିର୍ଭରଶୀଳ ସେଇ ରୋବୋଟ୍ ଉପରେ ରୋବୋଟିକ୍ସ ହେଉଛି ବିଜ୍ଞାନର ଅତ୍ୟାଧୁନିକ ଉଦ୍ଭାବନ । ୧୮୩୩ ମସିହାରେ ଲେଖକ ଏଚ୍. ଜି. ୱେଲ୍ସଙ୍କ ଏହି ପ୍ରକାର ଏକ ରୋବୋଟ୍ ବିଷୟରେ ପରିକଳ୍ପନା କରିଥିଲେ। ୧୯୨୦ରେ ରୋବୋଟ୍ ଉଦ୍ଭାବନ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ବିଦେଶରେ ଅବସ୍ଥାପିତ ଭାରତୀୟ ଲୋକମାନେ ରୋବୋଟିକ୍ସ କ୍ଷେତ୍ରରେ ସକ୍ରିୟ ଅଛନ୍ତି ।

ବର୍ତ୍ତମାନ ଏପରି ରୋବୋଟ୍ ଗୁଡ଼ିକ ତିଆରି କରାଯାଉଛି, ଯାହା ଘରର ସମସ୍ତ କାର୍ଯ୍ୟ କରିପାରିବେ ଏବଂ ପିଲାମାନଙ୍କ ସହିତ ଖେଳି ମଧ୍ୟ ପାରିବେ, ଅଧ୍ୟୟନ କ୍ଷେତ୍ରରେ ପିଲାମାନଙ୍କୁ ସାହାଯ୍ୟ କରିପାରିବେ । ଅଧ୍ୟୟନରେ ସାହାଯ୍ୟ କରନ୍ତୁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋବୋଟ୍ ଶିଶୁର ଅବଚେତନାକୁ ମଧ୍ୟ ପଢ଼ିପାରିବ । ଏହାହିଁ ହେଉଛି ବିଜ୍ଞାନର ଚମତ୍କାରିତା । କିନ୍ତୁ ଗୋଟେ ମଜାକଥା ହେଉଛି କି ଏପରି ରୋବୋଟ୍ କଣ ତିଆରି କରାଯାଇ ପାରିବ କି ସେ ଭୃତ୍ୟ ଭୋଟରଙ୍କ ମନକୁ ପଢି ପାରିବ ? ସମ୍ପୂର୍ଣ୍ଣ ବହୁମତ ହାସଲ କରିପାରିଥିବା ଦଳ ତ ଏଠି ସରକାର ଗଠନ କଲା ପରେ ଅନ୍ୟ କାହାରିକୁ କୁହାଇବାର ସୁଯୋଗ ଦେଇ ନଥାନ୍ତି । ହୁଏତ ଆଉ କିଛିବର୍ଷ ପରେ ଭାରତୀୟ ସଂସଦରେ ଗୁଡ଼ାଏ ରୋବୋଟ୍ ବସି ଥାଇପାରନ୍ତି । ଅସମ୍ଭବ ନୁହେଁ । ତେବେ ସେ ଅଲଗା କଥା । ମୋ କଥାର ରାଜନୀତିକରଣ ମୁଁ ନିଜେ କରିବାକୁ ଚାହେଁନି ।

ଯଦି ରୋବୋଟ୍ ଆମର ସମସ୍ତ କାର୍ଯ୍ୟ କରିବ ଏବଂ ଭାବିବ, ତେବେ ରୋବୋଟ୍ ମଧ୍ୟ ଆମ ସ୍ଥାନରେ ମରିବା ଆବଶ୍ୟକ । ଏହା ନିଶ୍ଚିତ ଯେ ରୋବୋଟ୍ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହେବ ନାହିଁ । ଯଦି ତୁମେ ତାଙ୍କୁ କବିତା ଲେଖିବାକୁ କୁହ, ସେ ପାଗଳ ହୋଇଯିବ । ପ୍ରଖ୍ୟାତ କବି ଏଚ୍. ଜି. ୱେଲ୍ସ ରୋବୋଟ୍ ର ପରିକଳ୍ପନା କରିପାରନ୍ତି ଯାହା ସେ ରୋବୋଟ୍ ର ଜନ୍ମ ପୂର୍ବରୁ ୧୮୩୩ ମସିହାରେ କରିଥିଲେ କିନ୍ତୁ ରୋବୋଟ୍ ଆଉ ଜଣେ ଏଚ୍. ଜି. ୱେଲ୍ସଙ୍କୁ ସୃଷ୍ଟି କରିପାରିବ କି ? ହୁଏତ ଅସମ୍ଭବ ହୋଇପାରେ । କେଜାଣି ? ୱେଲ୍ସଙ୍କର ଏକ କାହାଣୀରେ ବୈଜ୍ଞାନିକ ତାଙ୍କ ସାନ ଝିଅକୁ କହୁଛନ୍ତି, ଝିଅ ତୁମେ ରୋବୋଟ୍ ନିକଟକୁ ଯାଅ ନାହିଁ, ରୋବୋଟ୍ ର ଏପରି ପ୍ରୋଗ୍ରାମ ତିଆରି କରାଯାଇଛି ସେ ନିଜ ଇସ୍ପାତ ବାହୁରେ ଆଲିଙ୍ଗନ କରି ତା ନିକଟକୁ ଆସୁଥିବା ବ୍ୟକ୍ତିଙ୍କୁ ଭାଙ୍ଗିରୁଜି ଚୁରମାର କରିଦେବ ।

ଦିନେ ସେ ତାଙ୍କ ଝିଅକୁ ରୋବୋଟ୍ ର କୋଳରେ ପାଇଲେ । ସେ ଗଭୀର ଆଘାତ ପାଆନ୍ତି ଏବଂ ରୋବୋର କଳକବ୍ଜାକୁ ଖୋଲି ଦିଅନ୍ତି, ଯେପରି ଆଉ ସେ ରୋବୋଟ୍ କେବେ କାମ କରିପାରିବ ନାହିଁ । କିନ୍ତୁ ରୋବୋଟ୍ ର ମେମୋରିରେ "ତୁମେ କେତେ ସୁନ୍ଦର".. "ମୁଁ ତୁମକୁ ପ୍ରେମ କରେ".."ମୁଁ ତୁମକୁ ଭଲ ପାଏ", ଫିଟ ହୋଇଯାଇଥାଏ । ଦିନେ ବୈଜ୍ଞାନିକ ଏକ ପ୍ରେମୀଯୁଗଳଙ୍କୁ ତାଙ୍କ ଲାବୋରେଟୋରୀ ସଂଲଗ୍ନ ବଗିଚାରେ କଥାବାର୍ତ୍ତା କରୁଥିବା ଦେଖନ୍ତି ।

ପ୍ରେମର ଏହି ଶବ୍ଦଗୁଡ଼ିକ ରୋବୋଟ୍ ର ସ୍ମୃତିରେ ରେକର୍ଡ କରାଯାଇଥିଲା । ଚଳଚ୍ଚିତ୍ର ମିଷ୍ଟର ଇଣ୍ଡିଆ ମଧ୍ୟ ଏକ ବୈଜ୍ଞାନିକ ଫାଣ୍ଟାସି । ଏହାର ବର୍ଷକ ପୂର୍ବରୁ ଅଶୋକ କୁମାରଙ୍କ ଅଭିନୀତ "ମିଷ୍ଟର ଏକ୍ସ ଇନ ବମ୍ବେ' ମଧ୍ୟ ନିର୍ମିତ ହୋଇଥିଲା । ନିକଟରେ ଆଉ ଏକ ଫିଲ୍ମ ଆସିଥିଲା । "ରୋବୋଟ୍" । ଏହି ଚଳଚିତ୍ରରେ ରୋବୋଟ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଚରିତ୍ରକୁ ଭଲ ପାଉଥିବାର ଆମେ ଦେଖିଛନ୍ତି ।

ଭବିଷ୍ୟତରେ ରୋବୋଟ୍ ମାନବ ମସ୍ତିଷ୍କକୁ ସେମାନଙ୍କର ବ୍ୟାଟେରୀ କରିବ ବୋଲି 'ମ୍ୟାଟ୍ରିକ୍ସ' ଚଳଚ୍ଚିତ୍ରରେ ବ୍ୟକ୍ତ କରାଯାଇଛି । ହୁଏତ ଏମିତି ବି ହୋଇପାରେ କି ରୋବୋଟ୍ ମଣିଷ - ଭୋଜନକାରୀ ହେଇପାରେ ।

ଗୋଟେ କାହାଣୀ ପଢ଼ିଥିଲି । ଏକାକୀ ରହୁଥିବା ଜଣେ ବୃଦ୍ଧ ମହିଳା ତାଙ୍କ ଆବଶ୍ୟକତା ଅନୁଯାୟୀ ରୋବୋଟ୍ ତିଆରି କରିଥାନ୍ତି । ରୋବୋଟ୍ ତାଙ୍କ ପାଇଁ ସବୁକିଛି କରେ । କିଛି ସମୟ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସେ ଯେ ସେ କର୍କଟ ରୋଗରେ ଆକ୍ରାନ୍ତ, ଯାହା ଚତୁର୍ଥ ପର୍ଯ୍ୟାୟରେ ଅଛି ।

ଏହା ଜାଣି ରୋବୋଟ୍ କାନ୍ଦିବାକୁ ଲାଗେ । ଯଦିଓ ରୋବୋଟ୍ ରେ ଏକଥା ପ୍ରୋଗ୍ରାମିଙ୍ଗ ହୋଇନଥିଲା । ଏମିତି ହୁଏନିକି ଜୀବନକୁ କିଛି ପରିମାଣରେ ଲୁହ ଏବଂ ହସ ଦ୍ୱାରା ଦେଖାଯାଇଥାଏ । ଜୀବନ ଆଉ କଣ କି ?

ହସ, ଲୁହ, ପ୍ରେମ ହେଇ ପଛେ ବିରହ ଓ ଧୋକା । ଏଇ ତ ଜୀବନ । ଚଳଚ୍ଚିତ୍ର 'ବାଇସେଣ୍ଟେନିଆଲ୍ ମ୍ୟାନ୍'ରେ ଜଣେ ମହିଳା ରୋବୋଙ୍କୁ ଭଲ ପାଆନ୍ତି । ବିବାହ କରିବାକୁ ସେମାନଙ୍କର ଅନୁରୋଧ ଚର୍ଚ୍ଚରେ ସ୍ୱୀକୃତି ପାଇଯାଏ । ମାତ୍ର ସବୁ ପ୍ରେମ କାହାଣୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁବ କଷ୍ଟ ଓ ସମସ୍ୟାର ସାମ୍ନା କରିଥାଏ । ଠିକ ସେହିପରି ଏହି ପ୍ରେମକାହାଣୀ ମଧ୍ୟ ଅଦାଲତୀ ଚକ୍କର କାଟିକାଟି ଶେଷରେ ଆମେରିକାର ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ପହଁଚିଲା । ଆମେରିକାରେ ଜଣେ ନାଗରିକ ନିକଟରେ ଭାବିବା, କଳ୍ପନା କରିବା, କହିବା, ନିଜ ଇଛାରେ ଜୀଇଁବା, ନିଜ ଇଛାରେ ଲେଖିବା, ସମାଲୋଚନା କରିବା, ପ୍ରେମ କରିବା ଆଦି ଅଧିକାର ଅଛି ।

ଆମ ଦେଶରେ ସେଇ ଅଧିକାରଗୁଡ଼ିକ ସମ୍ବିଧାନରେ ଉଲ୍ଲେଖ ଅଛି । କାର୍ଯ୍ୟକାରୀ ହୁଏ କି ନା ଆଜିକାଲି ସନ୍ଦେହ । ଆଜିକାଲି ତ ଅନେକ କଥାରେ ସନ୍ଦେହ ହେଲାଣି ।

ସେକଥା ଛାଡ଼ । ଏବେ ଆସିବା ସେ ଆମେରିକା ପ୍ରେମ କାହାଣୀକୁ । ଆମେରିକୀ ମହିଳାଙ୍କ ନିକଟରେ ସ୍ୱତନ୍ତ୍ରତା ଅଛି । ତାଙ୍କ ଦେଶ ସେଇ ଅଧିକାର ଦେଇଛି । ସେ ଦେଶର ନ୍ୟାୟପାଳିକା, କାର୍ଯ୍ୟପାଳିକା ଏ ଦିଗରେ ଖୁବ କଠୋର । ଅତଃ ମହିଳାଙ୍କୁ ରୋବୋଟ୍ ସହିତ ବିବାହ କରିବାକୁ ଅନୁମତି ମିଳିଲା ।

ଅବଶ୍ୟ, ଏହି ନିଷ୍ପତ୍ତି ସେହି ଦିନ ଆସେ ଯେତେବେଳେ ରୋବୋଙ୍କର ଏକ୍ସପାଇରୀ ତାରିଖ ଆସିଯାଇଥାଏ । ରୋବୋ ଗର୍ଲଫ୍ରେଣ୍ଡର ହାତକୁ ନେଇଗଲା ଏବଂ ଦୁହେଁ ଏକ କ୍ଷଣରେ ମରିଗଲେ । ମହିଳା ଜଣକ ହୃଦଘାତରେ ମରିଗଲେ ବୋଲି ପ୍ରମାଣିତ ହେଲା । କୁହାଯାଏ ଯେ ବିବାହ ସମ୍ବନ୍ଧୀୟ ନିଷ୍ପତ୍ତି ସ୍ଵର୍ଗରେ ନିଆଯାଇଥାଏ କେବଳ ଏଇ ପୃଥିବୀରେ ତାହା ସମ୍ପୂର୍ଣ୍ଣ ହୋଇଥାଏ । ଆମେରିକାର ଏଇ ଯୋଡ଼ିଙ୍କ ବିଷୟରେ କିନ୍ତୁ ଅଲଗା କଥା କୁହାଯାଇଥାଏ । କି ଏଇ ଯୋଡ଼ି ପୃଥିବୀରେ ତିଆରି ହୋଇଥିଲା ଅର୍ଥାତ ଏଇ ଯୋଡ଼ିର ବିବାହ ନିଷ୍ପତ୍ତି ପୃଥିବୀରେ ନିଆଯାଇଥିଲା କିନ୍ତୁ ସ୍ଵର୍ଗରେ ସମ୍ପୂର୍ଣ୍ଣ ହେବାକୁ ଛାଡ଼ିଦିଆଗଲା ।