ଫଟୋ - କେଦାର ମିଶ୍ର

ମୁଣ୍ଡ ଉପରେ ଯେଉଁ ଝରକା ଥିଲା
ସେଠି ବୁଲୁଥିବା ପବନ
ରାତିସାରା ମୋ ନିଦକୁ ରକ୍ଷା କରୁଥିଲା
ପାଖରେ ଟୁଲ ଉପରେ ଥିବା ଢାଳଭର୍ତ୍ତି ପାଣି
ରାତିସାରା ମୋ ଶୋଷର ରକ୍ଷା କରୁଥିଲା
ଝରକା ବାହାରେ ଆକାଶରେ ହଜାରେ ତାରା ଥିଲେ
ଏକ ଜହ୍ନ ଥିଲା
ଯିଏ ଘୂରି ଘୂରି ମୋ ନିଦ ଭିତରେ ଥିବା
ସ୍ବପ୍ନମାନକୁ ଦେଖୁଥିଲା ।

ସ୍ବପ୍ନ ଉପରେ ସବୁବେଳେ ଆଘାତ କରିବା ପାଇଁ କମ୍ ଘଟଣା ନଥିଲା ।

ସମୟ ଜଙ୍ଗଲି ପଶୁ ପରି ଚାହିଁ ବସିଥିଲା
କିନ୍ତୁ ମୁଣ୍ଡ ଉପରେ ରଖିବାକୁ ଲୁହାର ଅସ୍ତ୍ର ଥିଲା
ଏବଂ ପଥରକୁ ରଗଡ଼ି ନିଆଁ ଲଗେଇବାର କୌଶଳ ମୁଁ ଭୁଲି ନଥିଲି
ନିଆଁ ଭିତରେ ମୋର ସ୍ୱର ସୁରକ୍ଷିତ ଥିଲା ।

ସ୍ୱପ୍ନର ରକ୍ଷା କରୁଥିବା ସୁବାସ
ଫୁଲର ମଥା ଉପରେ ରାତିରେ ଜଗୁଥିଲେ
ପକ୍ଷୀମାନେ ସକାଳୁ ସକାଳୁ
ଯାହାର କୃତଜ୍ଞତାର ଗୀତ ଗାଉଥିଲେ ।