ଚିତ୍ର: ୟୁଟ୍ୟୁବ୍

ନିଜ ଘର

ମୁଁ ଏଇଠି ରହିବା ପୂର୍ବରୁ
ଏ ଘର ଅନ୍ୟ କାହାର ଥିଲା
ଯାହାକୁ ସିଏ ଆନ୍ତରିକତା ସହ ତିଆରି କରିଥିଲେ

ସିଏ ଆସିବା ପୂର୍ବରୁ
ଏ ଜାଗା ବି ଅନ୍ୟ କାହାର ଥିଲା
ଯିଏ ଅତି ଆତ୍ମୀୟତାର ସହ ରଖିଥିଲେ

ମୋ ବାପା ମାଁ
ନିଜ ଘରୁ ଚାଲିଯିବା ପୂର୍ବରୁ
ଶ୍ରଦ୍ଧାର ସହ ତିଆରି କରିଥିଲେ
ସେମାନେ ରହୁଥିବା ଘର

ତୁମେ ନିଜ ଘର ଛାଡ଼ିବା ପୂର୍ବରୁ
ତୁମ ନିଜସ୍ବ ଜାଗାରେ ରହୁଥିଲ, ଯାହାକୁ
ଅତି ପ୍ରେମରେ ତିଆରି କରିଥିଲ

ଆସ !
ଆମେ ଇତିହାସକୁ ଅବଜ୍ଞା କରିବା

ଭାବିନେବା
ମୁଁ ତୁମ ପୂର୍ବରୁ
ଏଇଠି ନ ଥିଲି
ଏବଂ ତୁମେ ମଧ୍ୟ ମୋ ପୂର୍ବରୁ ନ ଥିଲ

ଏ ଟଣାଓଟରା ଖେଳ ଅପେକ୍ଷା
ଶବ୍ଦ ସହ ଖେଳିବା

ମୁଁ ରହିଥିବା ଘର
ଅନ୍ୟ ପାଇଁ ତିଆରି ହୋଇଥିଲା
ଏକଦା
ମୋର ଘରେ ରହୁଥିବା ଲୋକମାନେ
ମୋ ଘରକୁ ଛାଡି ଦେଇ
ଅନ୍ୟ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଘରକୁ ଚାଲିଗଲେ

ତୁମେ ଯେଉଁ ଘରେ ରହୁଛ
ସେଇଟା ଅନ୍ୟମାନଙ୍କ ପାଇଁ
ଉଦ୍ଧିଷ୍ଟ ଥିଲା

ଯେଉଁମାନେ
ତୁମ ଘରେ ରହୁଥିଲେ
ସେମାନେ ଛାଡି ଚାଲିଗଲେଣି ଅନ୍ୟଠି ରହିବା ପାଇଁ
ଯାହା କି ଅନ୍ୟମାନଙ୍କ ପାଇଁ ତିଆରି ହୋଇଥିଲା ।


.
ମୁଁ ରହୁଥିବା ଘରଟିକୁ
ଲୋକେ ତିଆରିଛନ୍ତି

ସେ ଲୋକମାନେ
ମୋର ପୂର୍ବଜଙ୍କ ଭାଷାକୁ କହିପାରନ୍ତି
ଅଥଚ
ମୋର ନିଜ ମାତୃଭାଷାକୁ
ମୁଁ ନିଜେ ବୁଝି ପାରେନାହିଁ

ପ୍ୟାରିସ ସହରର ମଝି ରାସ୍ତାରେ,
ମାଦ୍ରିଦ ବା ରୋମରେ
ମୁଁ ଚାଲୁଛି ଏବଂ
ଚିହ୍ନିବାକୁ ଚେଷ୍ଟା କରୁଛି
ମୋର ପୂର୍ବଜଙ୍କ ସ୍ମୃତି ଚିହ୍ନକୁ ଓ
ଏକଦମ ନିରବି ଯାଉଛି ।

ଘର ଖଣ୍ଡିଏ ପାଇଁ
ମୁଁ ଆକାଶକୁ ଧରେ
ଏବଂ ମୋର ମୁଣ୍ଡ ଉପରକୁ ଟାଣି ଆଣେ
ହେଲେ
ମୋର ପାଦ ହଳକ
ଯାଏ କେଉଁଠି କି ?