ଫଟୋ - ଜାଗରଣ ଡଟ କମ

ତୁମ ସହ ରହି
ମୋର ଏମିତି ଅନୁଭବ ହେଲା ଯେ
ଯେମିତି ଦିଗ ସବୁ ଚାଲିଆସିଚି ପାଖକୁ,
ସବୁ ରାସ୍ତା ଛୋଟ ହେଇଯାଇଛି,
ଦୁନିଆ ସଙ୍କୁଚିତ ହେଇ
ଗୋଟେ ଅଗଣା ପରି ଲାଗୁଛି
ଯାହା ଲୋକ ଗହଳିରେ ଭରିଯାଇଚି ।

ନା ଭିତର ନା ବାହାର
କୋଉଠି ବି ନାହିଁ ନିର୍ଜନତା ।

ସବୁ ଜିନିଷର ଆକାର ଛୋଟ ହେଇଯାଇଛି,
ଗଛ ଏତେ ଛୋଟ ଯେ
ମୁଁ ତା ମଥା ଉପରେ ହାତ ରଖି ଆଶିଷ ଦେଇପାରିବି,
ଆକାଶ ଆସି ଛାତିରେ ଧକ୍କା ଖାଉଛି,
ମୁଁ ଯେବେ ଚାହିଁବି ବାଦଲରେ ମୁହଁ ଲୁଚେଇ ପାରିବି ।

ତୁମ ସହ ରହି ପ୍ରାୟ ମୋତେ
ଏମିତି ଅନୁଭବ ହୁଏ କି
ସବୁ କଥାର ଗୋଟେ ଉଦ୍ଦେଶ୍ୟ ଅଛି,
ଏମିତିକି ଘାସ ହଲିବାର ବି
ପବନର ଝରକା ବାଟ ଦେଇ ଆସିବା
ଏବଂ ଖରା ପାଚେରୀ ଉପରେ ଚଢ଼ି ଚାଲିଯିବା ।

ତୁମ ସହ ରହି
ମୋର ମନେହୁଏ କି
ଆମେ ଅସମର୍ଥତାରେ ନୁହେଁ
ସମ୍ଭାବନା ମାନଙ୍କ ଦ୍ଵାରା ଘେରେଇ ହେଇଅଛୁ,
ସବୁ କାନ୍ଥରେ ଦୁଆର ହେଇପାରିବ
ପୁଣି ସବୁ ଦୁଆର ଦେଇ
ପୂରା ପାହାଡ ଚାଲି ଚାଲି ଯାଇପାରିବ ।

ଶକ୍ତି ଯଦି ସୀମିତ
ତେବେ ପ୍ରତିଟି ଜିନିଷ ଅସକ୍ତ,
ବାହୁ ଯଦି ଛୋଟ, ତେବେ ସମୁଦ୍ର ବି ସଙ୍କୁଚିତ,
ସାମର୍ଥ୍ୟ କେବଳ ଇଚ୍ଛାର ଅନ୍ୟ ନାମ
ଜୀବନ ଓ ମୃତ୍ୟୁ ମଝିରେ
ଯେଉଁ ଭୂମି
ତାହା ନିୟତିର ନୁହେଁ ବରଂ ମୋର ।