ଫଟୋ - କୁମାର ଅମ୍ବୁଜ ଫେସବୁକ ପ୍ରୋଫାଇଲ

ଏ କେବଳ କବାଟ ନୁହେଁ
ଯେବେ ଏ ହଲି ଯାଏ ମା ବି ଦୋହଲିଯାଏ
ଚମକିପଡ଼ି ପଚାରେ, କଣ ହେଲା ?

ମୋଟ ଶିକୁଳିର ଚାରି କଡି ମଧ୍ୟରେ ପୁରା ଜୀବନର ସ୍ମୃତି ବନ୍ଧା ପଡ଼ିଛି
ଯେବେ ଶିକୁଳି ବାଜେ ବହୁତ୍ କିଛି ବାଜି ଉଠେ ଘର ଭିତରେ

ଏ କବାଟ ଉପରେ ଚନ୍ଦ୍ର ସୂର୍ଯ୍ୟ ଓ ନାଗ ଦେବତା ଖୋଦେଇ ହେଇଚି
ତାକୁ ଦେଖିଲେ ଆମର ବାପାଙ୍କ କଥା ମନେପଡେ ।

ଭାଇ ଯେବେ ଏହାକୁ ବଦଳେଇବାକୁ କୁହନ୍ତି ମା ଦୋହଲି ଯାଏ
କେତେ ରାତି ଯାଏ ବାପା ସ୍ବପ୍ନରେ ଆସନ୍ତି ।

ଏ କବାଟ ପୁରୁଣା ହେଇଗଲାଣି
କିନ୍ତୁ ଦୁର୍ବଳ ହେଇନି
ତାର ହଲିବାରେ ଗୋଟେ ଓଜନ ଅଛି
ଏ କବାଟ ଯେବେ ଖୋଲେ ଗୋଟେ ପୂରା ଦୁନିଆ ଆମ ଆଡ଼କୁ ଖୋଲିଯାଏ ।

ଯେବେ ଏ କବାଟ ରହିବନି ଘର ଘର ହେଇ ରହିବନି ।