ଚିତ୍ର - ୱିକି କମନ୍ସ

ମୁହଁ ବନ୍ଦ କରିପାରୁନି ମୁଁ
ସମସ୍ତେ କହୁଛନ୍ତି ଯେ
ଚୁପ କର
ମୋ ମୁହଁ ବନ୍ଦ ହେଇପାରୁନି

ଚାରିପଟେ ଅନେକ ଲୋକଙ୍କ ଭିଡ
ରାଜା କିନ୍ତୁ ବଜାଉଥାନ୍ତି ବୀଣା ମଜାରେ
ଦରବାରୀମାନେ ବାହାବା କରୁଥାନ୍ତି
ଲଙ୍ଗଳା ରାଜାର

ଆଉ ମୁଁ ଚୁପ ରହିପାରୁନି

ଜୀଅନ୍ତା ଲୋକଙ୍କ ସମାଧିରେ ଭରା
ଗଙ୍ଗାଙ୍କ ନଗର
ନଈ ନାଳ ସମୁଦ୍ର ସବୁଠି କଙ୍କାଳ ମାଳମାଳ
ଶୋଭାଯାତ୍ରାରେ ସାମିଲ ମୁଁ
ରାଜାଙ୍କ ହୁକୁମ: ଘରେ ରୁହ ସୁରକ୍ଷିତ ରୁହ
ଘରେ ଚୁପଚାପ ବସିରହିପାରୁନି

ଜାଣୁଛି, ଚୁପହେଇ ବସିଗଲେ ହୁଏତ କାଲି
ମିଳିପାରେ ମୁକୁଟ
ମୁଁ କିନ୍ତୁ ଚୁପ ରହିପାରୁନି
ମୁକୁଟର ଭିଡରେ ନିସଙ୍କୋଚରେ
ମିଶିଯାଇପାରୁନି !