ବିଦ୍ୟାଳୟରେ ସକାଳଟି ବେଶ ସୁନ୍ଦର ରହିଥିଲା, କାରଣ ଦିନଟି ଶୁକ୍ରବାର ଥିଲା । ଦିନଟି ଶୁକ୍ରବାର ଥିବାରୁ ଆନନ୍ଦପୂର୍ଣ୍ଣ ପରିବେଶ ଥିଲା । ଶୁକ୍ରବାର ପରେ ଶନିବାର ଓ ରବିବାର ଦୁଇ ଦିନ ଛୁଟି ଥିବାରୁ ସମସ୍ତେ ବେଶ୍ ଖୁସି ଥିଲେ । ପିଲାମାନେ ଶନିବାର ଏବଂ ରବିବାର ଦିନ ମଜା ଏବଂ ବିଶ୍ରାମ ପାଇଁ ସଂପୂର୍ଣ୍ଣ ସୁଯୋଗ ପାଇଥାନ୍ତି । ସପ୍ତାହନ୍ତରେ ପରିବାର ଓ ସାଙ୍ଗମାନଙ୍କ ସହିତ ସମୟ ବିତାଇବା ପାଇଁ ଆମେମାନେ କେତେ ଉତ୍ସୁକ ଥାଉ ତାହା ଆମେ ସମସ୍ତେ ଜାଣୁ । ଏହି ସପ୍ତାହନ୍ତରେ ଆମେ କ’ଣ କରିବା ବୋଲି ଗୁଡ୍ଡୁର ବନ୍ଧୁ ଜନି ପଚାରିଲା ।

ଏହା ଶୁଣି ଗୁଡ୍ଡୁ କହିଲା - ମୁଁ ଏ ବିଷୟରେ କିଛି ଜାଣି ନାହିଁ । ମୋର ଅନେକ ହୋମୱାର୍କ କରିବାକୁ ଅଛି । ଭାବୁଛି ଘରେ ରହିବି । ଆଉ ଖାଲି ସମୟରେ ଟିକିଏ ପଢିବି ।

“ପଢିବୁ ? ଆମେ ତ ବିଦ୍ୟାଳୟରେ ସବୁଦିନ ବହୁତ ପାଠ ପଢୁଛେ । ମୁଁ ଭାବୁଛି ଏହି ଛୁଟିଦିନରେ ଭିଡିଓ ଗେମ୍ ଖେଳିବା”, ଜନି କହିଲା । “ହଁ, ଏହା ଏକ ସୁନ୍ଦର ଚିନ୍ତାଧାରା । ଆମ ଘରେ ଆମେ ଖୁସିରେ ଖେଳିପାରିବା ବୋଲି ପିଟ୍ କହିଲା । ଏହା ସହିତ ସେ ଗୁଡ୍ଡୁ ତାଙ୍କ ଘରକୁ ଆସିପାରିବ କି ନାହି ପଚାରିଲା ।

ଏହା ଶୁଣି ଗୁଡ୍ଡୁ କହିଲା, “ଠିକ୍ ଅଛି, ମୁଁ ଏ ବିଷୟରେ ମା’ଙ୍କୁ ପଚାରିବି । ଯଦି ସେ ଏନେଇ ମୋତେ ଅନୁମତି ଦେବେ ତେବେ ମୁ ଖୁସିରେ ଯିବି ।

"ହଁ, ତୁମେ ଠିକ୍ କହୁଛ । ଆମେ ସବୁବେଳେ ଆମର ପିତାମାତାଙ୍କୁ ମାନିବା ଉଚିତ୍ । ଗୁଡ୍ଡୁ ତୁମେ ଜଣେ ଭଲ ଛାତ୍ର । ମୋତେ ଲାଗୁଛି ତୁମ ମା' ତୁମକୁ ଆମ ଘରକୁ ଆସିବାକୁ ଅନୁମତି ଦେବେ ଏବଂ ଆମେ ମଜା କରିବା”, ପିଟ୍ କହିଲା । ପରିଶେଷରେ ବିଦ୍ୟାଳୟର ଘଣ୍ଟି ବାଜିଲା ଏବଂ ସମସ୍ତେ ଖୁସିରେ ଘରକୁ ଗଲେ । ଗୁଡ୍ଡୁ ସପ୍ତାହନ୍ତରେ ବାହାରକୁ ବୁଲି ଯିବାକୁ ଚାହୁଁଥିଲା ମାତ୍ର ତା ମା' ଘରେ କିଛି କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ସେମାନେ ଆସନ୍ତା ମାସରେ ଜେଜେମାଙ୍କୁ ଦେଖା କରିବାକୁ ଯିବେ ବୋଲି ଚିନ୍ତା କରିଥିଲେ । ବୋଧହୁଏ ମା ତାକୁ ଭିଡିଓ ଗେମ୍ ଖେଳିବାକୁ ସୁଯୋଗ ଦେବେ ବୋଲି ଗୁଡ୍ଡୁ ଭାବୁଥିଲା ।

ଘରେ ପହଞ୍ଚିବା ପରେ ଗୁଡଡୁ ତା ନିଜ କୋଠରୀକୁ ଗଲା । ପୋଷାକ ବଦଳାଇବା ପରେ ସେ କିଛି ସମୟ ଶୋଇଲା । ଥକି ଯାଇଥିବା ଯୋଗୁଁ ସେ ବିଛଣାରେ ପଡୁ ପଡୁ ଗାଢ ନିଦରେ ଶୋଇପଡିଲା ଆଉ ଏକ ସୁନ୍ଦର ସ୍ୱପ୍ନ ଦେଖିଲା । ମା ଘରକୁ ଆସିଲେ ଏବଂ ଗୁଡ୍ଡୁ ତୁରନ୍ତ ଉଠିପଡିଲା । ମା ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ଏତେ ଗାଢ ନିଦରେ କେମିତି ଶୋଇପଡିଥିଲା । ସେ ଆଉ କିଛି ସମୟ ବିଶ୍ରାମ ନେଇପାରିବ କାରଣ ଆସନ୍ତାକାଲି କୌଣସି ହୋମୱାର୍କ କରିବାକୁ ନାହି । ତେବେ ସେ ତା ମା’ଙ୍କୁ ବନ୍ଧୁ ପିଟ୍ ଘରକୁ ଯାଇ ଭିଡିଓ ଗେମ ଖେଳି ଯିବାକୁ ଯୋଜନା ସମ୍ପର୍କରେ କହିବା ପାଇଁ ଚେଷ୍ଟା କରୁଥିଲା ।

“ହାଏ, ଗୁଡ୍ଡୁ, ଆଜି ସ୍କୁଲରେ ଦିନଟି କେମିତି କଟିଲା ? ବୋଲି ମା’ ପଚାରିଲେ ।

“ବହୁତ ଭଲ, ମା’ । ଆମେ ସମସ୍ତେ ଖୁସି ଅଛୁ ସପ୍ତାହନ୍ତ ପାଇଁ । ଏହି ସମୟରେ ଆମେ ସମସ୍ତେ ବିଶ୍ରାମ ନେବା ସହ କିଛି ମଜା କରିପାରିବୁ। ଅବଶ୍ୟ ଆମେ ଆମର ହୋମୱାର୍କ କରିବାକୁ ଭୁଲିବୁ ନାହିଁ ।

ଗୁଡ୍ଡୁ ତୁମେ ଠିକ କହିଛ । ଆମେ ଆମର କର୍ମ ତଥା କାର୍ଯ୍ୟକଳାପକୁ ନେଇ ଦାୟିତ୍ଵବାନ ହେବା ଉଚିତ ।

“ମା, ମୁଁ ତୁମକୁ ପଚାରିବାକୁ ଚାହୁଁଥିଲି କି ଯଦି ମୁଁ ରବିବାର ଦିନ ମୋର ହୋମୱାର୍କ କରିଦେବି, ତେବେ ମୁଁ କଣ ଆସନ୍ତାକାଲି ପିଟ୍ ଙ୍କ ଘରେ ଭିଡିଓ ଗେମ୍ ଖେଳିବାକୁ ଯାଇପାରିବି ? ମୋର କିଛି ସାଙ୍ଗମାନେ ମଧ୍ୟ ଖେଳିବା ପାଇଁ ପିଟ୍ ଘରକୁ ଆସିବେ । “ନିଶ୍ଚୟ ଗୁଡ୍ଡୁ, ତୁମେ ତୁମର ସହପାଠୀମାନଙ୍କ ସହିତ ମଜା କରିପାରିବ । ତୁମେ ସବୁବେଳେ ସ୍କୁଲରେ କଠିନ ପରିଶ୍ରମ କରୁଛ । ତେଣୁ ମୁଁ ତୁମକୁ ପିଟ୍ ଙ୍କ ଘରେ ଖେଳିବାକୁ ଅନୁମତି ଦେଉଛି । ତେବେ ତୁମେ ରବିବାର ଭିତରେ ତୁମର ହୋମୱାର୍କ ସାରିବ ବୋଲି ମା' ଗୁଡ୍ଡୁକୁ କହିଲେ ।

“ଧନ୍ୟବାଦ, ମା', ତୁମେ ସବୁଠୁ ଭଲ ବୋଲି କହି ମା’ଙ୍କୁ ଆଲିଙ୍ଗନ କଲା ଗୁଡ୍ଡୁ ।

ସନ୍ଧ୍ୟାରେ ଏକ ସୁସ୍ୱାଦୁ ରାତ୍ରୀଭୋଜନ ପରେ ଗୁଡ୍ଡୁ ଶୋଇବାକୁ ବାହାରିଲା । ପିଟ୍ ଘରେ ଯାଇ ଭିଡିଓ ଗେମ ଖେଳି ମଜା କରିବ ସେ ସମ୍ପର୍କରେ ଚିନ୍ତା କରି କରି ଗୁଡ୍ଡୁ ଶୋଇପଡିଲା ।

ତା ପରଦିନ, ପିଟ୍ ଙ୍କ ଘରେ ସାଙ୍ଗମାନେ ଖେଳିବାକୁ ଏକାଠି ହେଲେ । ଏହା ଦେଖି ଗୁଡ୍ଡୁ ବହୁତ ଖୁସି ହେଲା । ସେ ଦୀର୍ଘଦିନ ପରେ ଏମିତି ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ଯାଉଥିଲା । ହସ, ଥଟ୍ଟା ମଜା ଏବଂ ହର୍ଷ ଉଲ୍ଲାସ ସହିତ ସେମାନେ ଖେଳିବାକୁ ଲାଗିଲେ ।

“ମୁଁ ତୁମକୁ ଏବେ ହରେଇବି, କାରଣ ମୁଁ ଶ୍ରେଷ୍ଠ ବୋଲି କହିଲା ପିଟ୍ ।“

“ନା, ମୁଁ ଅଧିକ ଅଭିଜ୍ଞ ଏବଂ ଚତୁର ବୋଲି କହିଲା ଗୁଡ୍ଡୁ ।“

"ନା, ସେମିତି ହୋଇପାରିବନି । ସେ ଏବେ ପରିବର୍ତ୍ତନ ହେବାକୁ ଯାଉଛି । ତାଙ୍କୁ ଆକ୍ରମଣ କର, ଗୁଡ୍ଡୁ । ନଚେତ ସେ ଶକ୍ତି ସହିତ ଅମର ହୋଇଯିବ ବୋଲି ଜନି କହିଲା ।

ନା, ମୁଁ ତ ହାରିଗଲି ବୋଲି ଗୁଡ୍ଡୁ କହିଲା ।

ଏବେ ଖେଳ ସମାପ୍ତ । ଭିଡିଓ ଗେମ୍ ରୁ ଏକ ସ୍ଵର ଭାସିଆସିଲା ।

ମୁଁ କହିଥିଲି ନା ମୁଁ ଜିତିବି । ପିଟ୍ ଗର୍ବର ସହ ଏହା କହିବାକୁ ଲାଗିଲା । ଗୁଡ୍ଡୁ ଖେଳରେ ହାରିଯାଇଥିବା ଜାଣି ବହୁତ ଆଶ୍ଚର୍ଯ୍ୟ ହେଲା । ପୁନର୍ବାର ଖେଳ ଖେଳିବାକୁ ଚାହେଁ ବୋଲି କହିଲା ଗୁଡ୍ଡୁ ।

ସେଇ ଦିନଟି ପିଲାମାନଙ୍କ ସହ ଖୁସି ମଜା କରି ଓ ଭିଡିଓ ଗେମରେ ଜିତି, ହାରି ସମୟ କିପରି ବ୍ୟତୀତ ହୋଇଗଲା ଜଣା ପଡିଲା ନାହି । ସନ୍ଧ୍ୟା ପର୍ଯ୍ୟନ୍ତ ସେଇପରି ଚାଲିଲା । ସନ୍ଧ୍ୟା ହେଲା ପରେ ସମସ୍ତେ ଘରକୁ ଯିବାକୁ ବାହାରି ପଡିଲେ । ଯଦି ତୁମେ କାଲି ଖେଳିବାକୁ ଆସିବ ତେବେ ବହୁତ ଭଲ ହେବ ବୋଲି ଗୁଡ୍ଡୁକୁ ପିଟ୍ କହିଲା ।

ସେଦିନ ରାତିରେ ଗୁଡ୍ଡୁ ସେଇ ଭିଡିଓ ଗେମ ବିଷୟରେ ନ ଭାବିକି ରହିପାରିଲା ନାହି । ସେ କେତେ ମଜା କରିଥିଲା ବୋଲି ଭାବିଲା । ତା ପରଦିନ ଗୁଡ୍ଡୁ ମା’ଙ୍କୁ ପୁନର୍ବାର ପିଟ୍ ଘରକୁ ଯିବା ପାଇଁ କହିଲା ।

ଏହା ଶୁଣି ଗୁଡ୍ଡୁର ମା କହିଲେ – ଯଦି ତୁମେ ତୁମ ହୋମୱାର୍କ ଜଲ୍ଦି ଶେଷ କରିବ, ତେବେ ତୁମେ ଯାଇପାରିବ । ମୁଁ ହୋମୱାର୍କ ଶେଷ କରିସାରିଛି ମା, ମୁଁ ଜଲ୍ଦି ଉଠିକି ସେ କାମ ଶେଷ କରିଛି ବୋଲି ଗୁଡ୍ଡୁ କହିଲା ।

ଆଛା । ଏହା ଅତ୍ୟନ୍ତ ଉତ୍ତମ କଥା । ତେବେ ଠିକ୍ ଅଛି । ତୁମେ ଆରାମରେ ଯାଇପାରିବ । ମାତ୍ର ତୁମେ ଡେରି କରିବ ନାହି, ଜଲ୍ଦି ଘରକୁ ଫେରିଆସିବ ବୋଲି ମା ଗୁଡ୍ଡୁକୁ କହିଲେ ।

ଧନ୍ୟବାଦ ମା – ଗୁଡ୍ଡୁ କହିଲା ।

ଗୁଡ୍ଡୁ ପିଟ୍ ଘରକୁ ଗଲା ଯେଉଁଠାରେ ସେ ଗତକାଲି ବହୁତ ମଜା ମସ୍ତି କରିଥିଲା । ଏଥର ସେ ଖେଳରେ ବହୁବାର ଜିତିବା ସହ ବେଶ୍ ଖୁସି ଥିଲା ।

ସନ୍ଧ୍ୟା ହେବା ପରେ ସମସ୍ତେ ଘରକୁ ଫେରିଲେ । ଗୁଡ୍ଡୁ ମଧ୍ୟ ସୂର୍ଯ୍ୟାସ୍ତ ହେବା ପରେ ଘରକୁ ପ୍ରବେଶ କଲା ମାତ୍ର ସେ ଖୁବ ନର୍ଭସ ଲାଗୁଥିଲା । କାରଣ ସେ ମିଛ କହିଥିଲା । ସେ ତା ହୋମୱାର୍କ କରିନଥିଲା । ସେ ଯେତେବେଳେ ଘରେ ପ୍ରବେଶ କଲା, ମା' ଦେଖିଲେ ଗୁଡ୍ଡୁ ବହୁତ ବିବ୍ରତ ଲାଗୁଥିଲା । ସେ ଗୁଡ୍ଡୁକୁ ଦେଖି ପଚାରିଲେ - କଣ ହେଇଛି ଗୁଡ୍ଡୁ ? କିଛି ଘଟିଛି କି ?

ମା’ ମୋତେ କ୍ଷମା କର । ମୁଁ ତୁମକୁ ମିଛ କହିଛି ।

ଗୁଡ୍ଡୁ ତୁମେ କ’ଣ କହୁଛ ବୋଲି ମା କହିଲେ ।

ମା’ ମୁଁ ମୋର ହୋମୱାର୍କ ସାରିନାହିଁ । ମୁଁ କେବଳ ମଜା କରିବା ପାଇଁ ଚାହୁଁଥିଲି । କିନ୍ତୁ ଏବେ ଅସୁବିଧାରେ ପଡିଗଲି ବୋଲି ଗୁଡ୍ଡୁ କହିଲା ।

ଗୁଡ୍ଡୁ । ମିଛ କହିବା ଭୁଲ । ଏହା ଠିକ କଥା ନୁହେଁ । ମଜାମସ୍ତି କରିବା ପାଇଁ ସମୟ ତ ଆସିବ । କିନ୍ତୁ ନିଜ ଦାୟିତ୍ଵକୁ ସଠିକ ରୂପେ ଠିକ୍ ସମୟରେ ସମ୍ପାଦନା କରିବା ଉଚିତ ବୋଲି ମା କହିଲେ ।

ମା’ ମୁଁ ଏହା ଜାଣିଛି । ଏହା ମୋର ଭୁଲ । ମୁଁ ଆଉ ଏପରି କେବେ ବି କରିବିନି ।

ଠିକ ଅଛି ପୁଅ । ଯାଅ ଏବେ ଯାଇ ଶୀଘ୍ର ନିଜର ହୋମୱାର୍କ ଶେଷ କର । ଜଲ୍ଦି କାମ ସାରିଦିଅ ଯେମିତି ତୁମେ ବହୁତ ବିଳମ୍ବରେ ଶୋଇବାକୁ ପଡିବ ନାହିଁ ବୋଲି ମା କହିଲେ ।

ମା । ମୁଁ ଏହା ଜାଣିଛି । ମୁଁ ଯାଉଛି ଠିକ୍ ଭାବରେ ସଠିକ୍ ରୂପେ କାମ ଶେଷ କରିବି ।

ମା ମଧ୍ୟ ଗୁଡ୍ଡୁକୁ ହୋମୱାର୍କରେ ସାହାଯ୍ୟ କଲେ । ଗୁଡ୍ଡୁ ନିଜ ଭୁଲ କାମ ପାଇଁ ଅନୁତପ୍ତ ହେଲା । ମା’ଙ୍କ ସାହାଯ୍ୟ ପାଇଁ ସେ ଧନ୍ୟବାଦ ଜଣାଇଲା । ମା’ଙ୍କ ପାଇଁ ସେ ଠିକ ସମୟରେ ନିଜ କାମ ଶେଷ କରିପାରିଲା । ସେଇ ଦିନଠାରୁ ଗୁଡ୍ଡୁ ନିଜ ଦାୟିତ୍ଵ ସମ୍ପର୍କରେ ସଚେତନ ରହିଲା । ସେ ନିଜେ ଦାୟିତ୍ଵବାନ ହେବା ସହ ମିଛ କହିବନି ବୋଲି ବୁଝିପାରିଲା । ସେ କେବେ ବି ନିଜ ମା’ଙ୍କୁ, ଯିଏ ତାକୁ ଏତେ ଭଲ ପାଉଛନ୍ତି, କେବେ ମିଛ କହିବନି ବୋଲି ନିଶ୍ଚୟ କଲା ।

ଗୁଡ୍ଡୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ଶିଖିବା ସହ ପ୍ରଥମେ ନିଜ କାମକୁ ଗୁରୁତ୍ଵ ଦେବା ମଧ୍ୟ ଶିଖିଲା । ପ୍ରଥମେ ନିଜ ଘର କାମ ବା ହୋମୱାର୍କ କରିବା ଉଚିତ । ଯାଦ୍ବାରା ବିନା କୌଣସି ଚିନ୍ତା ବା ଅସୁବିଧାରେ ଜଣେ ମଜା ମସ୍ତି କରିପାରିବ ।