ଦିନେ ଗୁଡ୍ଡୁ ସ୍କୁଲରୁ ଆସିଲାବେଳେ ପାର୍କ ନିକଟରେ ବସି ଉଦାସ ମନରେ ଚାଲୁଥିଲା । ପାର୍କରେ ପକ୍ଷୀମାନେ ଗୀତ ଗାଉଥିଲେ, ଗୁଣ୍ଡୁଚି ମୂଷା ମାନେ ଏ ଡାଳରୁ ସେ ଡାଳ ହେଉଥିଲେ । ସବୁ ଆଡ଼େ ପକ୍ଷୀମାନଙ୍କର କିଚିରି ମିଚିରି ଶୁଭୁଥିଲା । ଶେଷରେ ଗୁଡ୍ଡୁ ଚାଲି ଚାଲି ନିଜ ଘରେ ପହଞ୍ଚିଲା । ତା’ ମା’ ତା’ର ଫେରିବା ବାଟକୁ ଅନାଇ ରହିଥିଲେ । ଗୁଡ୍ଡୁ ଆସିବା ଦେଖି ତା’ ମାଆ ବହୁତ ଖୁସି ହୋଇ ଦୌଡ଼ି ଯାଇ ତାକୁ କୋଳେଇ ନେଲେ ।

ଗୁଡ୍ଡୁ ମଧ୍ୟ ମା’କୁ ପଚାରିଲା - ମାମା ତୁମେ କେମିତି ଅଛ ।

ଗୁଡ୍ଡୁର ମା’ କହିଲେ - ମୁଁ ଭଲ ଅଛି କିନ୍ତୁ ତୋ’ ପାଇଁ ଗୋଟିଏ ଖୁସିଖବର ଅଛି ।

ଏହା ଶୁଣି ଗୁଡ୍ଡୁ କହିଲା - ହଁ, ମାମା, ସେ ଖୁସି ଖବରଟି କ’ଣ କୁହ ।

ଗୁଡ୍ଡୁର ମା’ ଗୁଡ୍ଡୁକୁ କହିଲେ - ଏଇ ସପ୍ତାହନ୍ତରେ ତୋ’ ମାଉସୀ ଆମ ଘରକୁ ଆସୁଛନ୍ତି ।

ଗୁଡ୍ଡୁ ଏହା ଶୁଣି କ’ଣ କହିବ କିଛି ଭାବିପାରିଲା ନାହିଁ । ଗୁଡ୍ଡୁ ତା’ ମାଉସୀଙ୍କୁ ବହୁତ ଭଲ ପାଏ । ତା’ ମାଉସୀ ଦେଖିବାକୁ ବହୁତ ଡେଙ୍ଗା । ଯିଏ ସର୍ବଦା ହସୁଥାନ୍ତି । ଅନ୍ୟମାନଙ୍କୁ କଥାକୁ ଭଲରେ ଶୁଣିବା ସହିତ ବହୁ ମଜା ମଜା କଥା କହିଥାନ୍ତି । କିନ୍ତୁ ଗୋଟିଏ ସମସ୍ୟା ହେଉଛି - ମାଉସୀଙ୍କର ପୁଅ ରାଜ୍‌ । ରାଜ୍‌ଟି ବହୁତ ରାଗୀ ସ୍ଵଭାବର ।

ୱା ! ବଢିଆ ବୋଲି କହିଲା ଗୁଡ୍ଡୁ କିନ୍ତୁ ଏକଥାଟିକୁ ନିଜ ଭିତରେ ସହଜରେ ଗ୍ରହଣ କରିପାରୁନଥିଲା ।

ରାଜ୍‌ ହେଉଛି ଏପରି ଏକ ପିଲା, ଯିଏ ଅନ୍ୟମାନଙ୍କୁ ଚିଡ଼ାଇଥାଏ । ଯଦିଓ ସେ ତା’ ମା’ ଭଳି ଦେଖିବାକୁ ପତଳା, କିନ୍ତୁ ସେ ବହୁତ ରାଗୀ ଓ ଗର୍ବୀ । ସବୁବେଳେ ନିଜର ବାହୁବଳ ଦେଖାଇ ସବୁକିଛି ହାସଲ କରିବାକୁ ଚେଷ୍ଟା କରିଥାଏ ।

ଠିକ୍‌ ଏହି ସମୟରେ ଗୁଡ୍ଡୁର ମା’ କହିଲେ - ଠିକ୍‌ ଅଛି … ମୋତେ ଏବେ କିଛି ଜିନିଷ କିଣିବାର ଅଛି, ଦୋକାନ ଯାଇ ଜଲ୍‌ଦି ପଳାଇ ଆସିବି ।

ଗୁଡ୍ଡୁକୁ ଏହି ସମୟରେ କିଛି ପଛକଥା ମନେ ପଡ଼ିଯାଉଥିଲା । ଅତୀତରେ ରାଜ୍‌ ସହ ଘଟିଥିବା ଅପ୍ରୀତିକର ଘଟଣା ସବୁ ତା’ ମୁଣ୍ଡ ଭିତରେ ପଶିଯାଉଥିଲା । ଗୁଡ୍ଡୁ ମନେ ପକାଉଥିଲା ସେହି ଘଟଣାବଳୀସବୁକୁ । ଦିନେ ଦୁହେଁ ମିଶି ଭିଡିଓ ଗେମ୍‌ ଖେଳୁଥିଲେ । ସେହି ଖେଳରେ ଗୁଡ୍ଡୁ ଜିତିବା ସ୍ଥିତିରେ ଥିଲା । ଶେଷରେ ଗୁଡ୍ଡୁ ଜିତିଯାଇଥିଲା । ଏହା ଦେଖି ରାଜ୍‌ ଭୀଷଣ ରାଗି ଗଲା ଓ ସେହି ଭିଡିଓ ଗେମ୍‌ଟିକୁ ଝରକା ବାହାରକୁ ଫିଙ୍ଗିଦେଇଥିଲା । କିଛି ପଡ଼ିବାର ଶବ୍ଦ ଶୁଣି ଗୁଡ୍ଡୁର ମା’ ରୋଷେଇ ଘରୁ ଥାଇ ପଚାରିଥିଲେ - ସେଟା କ‘ଣ ଥିଲା !

ଏହା ଶୁଣି ରାଜ୍‌ ଗୁଡ୍ଡୁକୁ ରାଗରେ ଅନାଇଲା । ଗୁଡ୍ଡୁ ମଧ୍ୟ ଏହି ଘଟଣାରେ ବେଶ୍‌ ରାଗି ଯାଇଥିଲା । ସେ ଭିଡିଓ ଗେମ୍‌ଟି ଗୁଡ୍ଡୁର ପ୍ରିୟ ଥିଲା । କିନ୍ତୁ ନିଜ ସମ୍ପର୍କୀୟଙ୍କୁ ସେ ବିପଦରେ ପକାଇବାକୁ ଚାହିଁଲା ନାହିଁ । ଏହାପରେ ଯେତେବେଳେ ଗୁଡ୍ଡୁର ମା’ ଘର ଭିତରକୁ ଆସିଲେ - ଗୁଡ୍ଡୁ ମନଦୁଃଖରେ କହିଲା - ଖେଳୁ ଖେଳୁ ଭିଡିଓ ଗେମ୍‌ ଟି ଝରକା ସେପଟେ ପଡ଼ିଗଲା ।

ଏହା ଶୁଣି ଗୁଡ୍ଡୁର ମା’ କହିଲେ - ଗୁଡ୍ଡୁ ତୋତେ ସତର୍କତାର ସହିତ ଖେଳିବାର ଥିଲା ।

ଏହା ପରେ ଗୁଡ୍ଡୁ ତା’ ମା’କୁ କହିଲା - ମା’ ଭିଡିଓ ଗେମ୍‌ଟା ହଠାତ୍‌ ପଡ଼ିଗଲା । ମୁଁ ଆଉ ବେଶୀ ଖେଳିବିନି ।

ଗୁଡ୍ଡୁ ବିଛଣାରେ ଶୋଇ ଶୋଇ ଭାବୁଥିଲା ରାଜ୍ ଟା ନ ଆସନ୍ତା କି ... ସେ ଯଦି ଆଉଥରେ ଘରର ଶାନ୍ତି ଭଙ୍ଗ କରେ କି କୌଣସି ଜିନିଷପତ୍ର ଫୋପଡା ଫିଙ୍ଗା କରେ,ତେବେ ସେ ଆଉ ସହ୍ୟ କରି ପାରିବନି । ଯଦି ସେ ତାର ଅନ୍ୟ ଖେଳଣା ସବୁ ଭାଙ୍ଗି ଦିଏ ? ଯଦି ତାକୁ ସେ ଶୋଇବାକୁ ନ ଦିଏ ? ରାଜ୍ ଏତେ ଜୋରରେ ଘୁଙ୍ଗୁଡି ମାରେ ଯେ ଏହି ଘୁଙ୍ଗୁଡିକୁ ପଡୋଶୀ ମାନେ ମଧ୍ୟ ଶୁଣିଛନ୍ତି । ଏମିତି ବହୁତ କଥା ଗୁଡ୍ଡୁ ମୁଣ୍ଡରେ ଖେଳୁଥିଲା ।

ଗତଥର ରାଜ୍‌ ଯେତେବେଳେ ଆସିଥିଲା ସେ ଜମାରୁ ଶୋଇ ପରି ନ ଥିଲା ଆଉ ରାଜ୍‌ ରାତି ସାରା ଶୋଇ ଶୋଇ ଘୁଙ୍ଗୁଡି ମାରୁଥିଲା .. ଆଉ ଗୁଡ୍ଡୁ ଉପରକୁ ଚାହିଁ ଚାହିଁ ରାତି ବିତେଇଥିଲା ।

ଗୁଡ୍ଡୁ ଏକଥା ଭାବି କି ଉଠି ପଡ଼ିଲା ଆଉ ଭବିଲା ଯାହା ବି ହେଉ ଏ ଅପ୍ରୀତିକର ପରିସ୍ଥିତିକୁ ଆଡ଼ଇେବାକୁ ପଡ଼ିବ। ସେ ଯାହା ଭାବୁଛି ସେମିତି ତ ସବୁ ହେବନି ନା ...ତେବେ ସେ ମୋଟା ଆଉ ଡେଙ୍ଗା ରାଜ୍‌ କୁ କଣ ବା କରି ପାରିବ ? ରାଜ ସହ କଥା ହେବାକୁ ବି ଗୁଡ୍ଡୁକୁ ଭଲ ଲାଗେନି । ସେ ସବୁବେଳେ ଗୁଡ୍ଡୁକୁ ଚିଡ଼ାଏ । ଯାହା ବି ହେଉ ତାକୁ କିଛି ତ କରିବାକୁ ପଡ଼ିବ ବୋଲି ଏମିତି ରାଜ୍‌ ବିଷୟରେ ଭବିଭାବି ଗୁଡ୍ଡୁ ତଳକୁ ଖାଇବାକୁ ଗଲା । ତାକୁ ଦେଖି ତା’ ମା ପଚାରିଲେ ... କଣ ହୋଇଛି ପୁଅ । ସବୁ କିଛି ଠିକ ଅଛି ନା ... ତୁ ତୋ ମାଉସୀ ଆସିବା କଥା ଶୁଣି ଖୁସି ନାହୁଁ କି ? ତୁ କ’ଣ ରାଜ୍‌ ସହ ଖେଳିବାକୁ ଚାହୁଁ ନା ?

“ଗୁଡ୍ଡୁ ଅତି କ୍ଷୀଣ ସ୍ଵରରେ କହିଲା ... ହଁ ମାମା ମୁଁ ବହୁତ ଖୁସି ଅଛି ।”

ତା’ ପରଦିନ ସକାଳେ ତା’ ମାଉସୀ ଆଉ ରାଜ୍‌ ଆସି ଗୁଡ୍ଡୁ ଘରେ ପହଞ୍ଚିଗଲେ। ଆଉ ସମସ୍ତଙ୍କ ସହ କଥା ହେବାକୁ ଲାଗିଲେ । ରାଜ୍‌ ଗୋଟିଏ କଡ଼ରେ ଭିଡିଓ ଗେମକୁ ଧରି ଖେଳୁଥିଲା ।

ଗୁଡ୍ଡୁର ମାଉସୀ ଆଶା ଓ ରାଜ୍‌କୁ ଦେଖି ବେଶ୍‌ ଖୁସିହେଲେ ଗୁଡ୍ଡୁର ମା’ ।

ଏହାପରେ ଦୁହେଁ ଦୁହିଁଙ୍କୁ ଖୁସିରେ କୋଳାଗ୍ରତ କଲେ । ଗୁଡ୍ଡୁର ମା’ ଗୁଡ୍ଡୁର ମାଉସୀକୁ କହିଲେ - ତୁମେ କେମିତି ଅଛ । ମୁଁ ତୁମକୁ ବହୁତ ଖୋଜେ। ସେହିପରି ଗୁଡ୍ଡୁ ମଧ୍ୟ ରାଜ୍‌କୁ ଅଭିବାଦନ ଜଣାଇଲା। ଏହାଶୁଣି ରାଜ୍‌ ମଧ୍ୟ ଗୁଡ୍ଡୁକୁ ଦେଖିଲା କିନ୍ତୁ ପୂର୍ବବତ୍‌ ଭିଡିଓ ଗେମ୍‌ ଖେଳିବାରେ ମନୋନିବେଶ କଲା ।

ଗୁଡ୍ଡୁର ମା’ କହିଲେ - ପିଲାମାନେ ତମେ ଉପରେ ଯାଇ ଖେଳୁଥାଅ । ମୁଁ ଆଉ ଆଶା ତମ ପାଇଁ କିଛି ସ୍ଵାଦିଷ୍ଟ ଖାଇବା ତିଆରି କରି ନେଉଛୁ ।

ପିଲା ଦୁହେଁ ଉପରକୁ ଚାଲିଗଲେ । ଏତେ ଦିନ ପରେ ରାଜ୍‌ ସହ ଗୁଡ୍ଡୁର ସାମ୍ନାସାମ୍ନି ହେଉଥିବାରୁ ଗୁଡ୍ଡୁ ନିଜକୁ ଟିକିଏ ଅସହଜ ଓ ଅସହାୟ ମନେ କରୁଥିଲା । ଗୁଡ୍ଡୁ ମଧ୍ୟ ଭିଡିଓ ଗେମ୍‌ ଖେଳିଲା । ଦୁହେଁ ଭିଡିଓ ଗେମ୍‌ ଖେଳିବାରେ ମାତି ଗଲେ ।

ପୂର୍ବଥର ଭଳି ଏଥର ମଧ୍ୟ ଗୁଡ୍ଡୁ ଖେଳରେ ଜିତିବାକୁ ଲାଗିଲା । ଆଉ ରାଜ୍‌ର ମନ ଖରାପ ହୋଇଗଲା । ଗୁଡ୍ଡୁ ତାକୁ ଦେଖିଲା ଆଉ ଜିତୁଥିବାରୁ ଖୁସି ଅନୁଭବ କରୁଥିଲା । ରାଜ୍‌ ପୁଣି ହାରିବାକୁ ଲାଗିଲା । ରାଜ୍‌ ଏଥର ଠିଆ ହୋଇ ପଡିଲା ଆଉ ଭିଡ଼ିଓ ଗେମ୍‌ଟିକୁ ଭାଙ୍ଗିଦେବାକୁ ବାହାରିଲା ।

ଗୁଡ୍ଡୁ କହିଲା - ରହ ରାଜ୍‌ ... ତୁ ଏମିତି ଭିଡିଓ ଗେମ୍‌ଟିକୁ ଭାଙ୍ଗି ପାରିବୁନି ....ରାଜ୍‌ ତାକୁ ଆଶ୍ଚର୍ଯ୍ୟ ହୋଇ ଅନାଇଲା ।

"ଯଦି ତୁ ହାରୁଛୁ ବୋଲି ତୋତେ ଭଲ ନ ଲାଗୁଛି ତେବେ ତୁ ଆଉ ଖେଳ ନାହିଁ କିନ୍ତୁ ଆଉ ମୋ ଖେଳଣା ଭାଙ୍ଗେ ନାହିଁ । ମୋ’ ଖେଳଣାଗୁଡ଼ିକୁ ତୁ ଏମିତି ଭାଙ୍ଗେନି, ଏଇଟା ମୋତେ ଭଲ ଲାଗେ ନାହିଁ। ତୁ ମଧ୍ୟ ଏପରି କରିବା ଉଚିତ୍‌ ନୁହେଁ ।”

ଏହା ଶୁଣି ରାଜ୍‌ ଗୁଡ୍ଡୁକୁ କହିଲା - ମୁଁ ଦୁଃଖିତ ଗୁଡ୍ଡୁ । ମୁଁ ଆଉ ସେମିତି କେବେ କରିବିନି । ଚାଲ୍‌ ଆଉ ଥରେ ଖେଳିବା । ଏହା ଶୁଣି ଗୁଡ୍ଡୁ ଆଶ୍ଚର୍ଯ୍ୟ ହୋଇଗଲା ।

ରାଜ୍‌ର ଏହି କଥା ଶୁଣି ଗୁଡ୍ଡୁ ଠିକ୍‌ ଅଛି କହି ପୁଣି ଥରେ ଖେଳିବାକୁ ବସିପଡ଼ିଲା ।

ସେବେଠାରୁ ରାଜ୍‌ ଓ ଗୁଡ୍ଡୁ ମଧ୍ୟରେ କୌଣସି ସମସ୍ୟା ଦେଖାଗଲା ନାହିଁ । ଗୁଡ୍ଡୁ ଜାଣିପାରିଲା ଯେ, ଯେକୌଣସି ସମସ୍ୟାକୁ ହିଂସା ବା ରାଗ ଦ୍ଵାରା ସମାଧାନ କରିବା ବୁଦ୍ଧିମତାର ପରିଚୟ ନୁହେଁ । ଯଦି କୌଣସି ଜିନିଷ ନିଜକୁ ଭଲ ଲାଗୁନାହିଁ ତେବେ ସେଠାରେ ନା କହିଦେବା ହିଁ ଯଥେଷ୍ଟ ହୋଇଥାଏ । ଏହା ହେଉଛି ସଚ୍ଚୋଟତା । ଏହି ଘଟଣାକ୍ରମରୁ ଗୁଡ୍ଡୁ ସୁନ୍ଦର ତଥା ଉପାଦେୟ ତଥ୍ୟଟିଏ ଶିଖିପାରିଲା ।