ଫଟୋ ସୌଜନ୍ୟ - ହିନ୍ଦୀ କବିତାକୋଷ

ନିଜର ବିରାଟ ଶୂନ୍ୟ ଏକାନ୍ତରେ ରହନ୍ତି ଈଶ୍ଵର !!

ବିଜ୍ଞାନ
କଳା
ଦର୍ଶନ
ଆଉ ବିଚାରଧାରାର
ଆଦିସ୍ରୋତ,
ଈଶ୍ୱର ନିଜ ମହାନତାରେ
ନିବିଡ ଏକାନ୍ତରେ ଦୁଃଖୀ ଥିଲା ।

ନିଜ ହାଲୁକାପଣର କଳରବରେ
ସାଙ୍ଗମାନଙ୍କ ସହ
ତନ୍ମୟ ଥିଲା ଈଶା ।

ରଙ୍ଗୀନ ସୂତା
ସୂକ୍ଷ୍ମ ଛୁଞ୍ଚି
ଆଉ ରମୁଥିବା ଗୀତରେ
ସୃଷ୍ଟିର କନ୍ଥା ବୁଣୁଥିଲା
ଅନ୍ତରାରୁ ବାର ବାର
ମୁଖଡାକୁ ଲେଉଟାଇ ଆଣି
ସାଥିମାନଙ୍କ ସହ
ତନ୍ମୟ ଥିଲା ଈଶା ।