ଫଟୋ ସୌଜନ୍ୟ - ଫ୍ରଣ୍ଟଲିଷ୍ଟ ଫେସବୁକ ପୃଷ୍ଠା

ମୋ ବ୍ଲାଉଜ୍
ମୋ ପିଲାର ପୃଥିବୀ ।

କୁଆଡୁ ବୁଲିବାଲି ଆସି
ବଡ଼ ନିଃସଙ୍କୋଚରେ
ସେଇଠି ରଖିଦିଏ
ଚକମକି ପଥର, ସିଗ୍ରେଟ ଜରି, ଖେଳନାର ନଟ ବୋଲ୍
ଏଣୁତେଣୁ ଯାବତୀୟ ଜିନିଷ ।

କେବେକେବେ ମୁଁ ବିରକ୍ତ ହୋଇ
ତାକୁ ମାରିବାକୁ ଦୌଡେ
ତ ପ୍ରାୟ ସେ ଦଉଡ଼ି ପଳାଏ,
ଯଦି ମାଡ଼ ଖାଇଲା ତ
ସୁକୁସୁକୁ ହେଇ କାନ୍ଦେ ।

ନାକ ଆଖି ସବୁ ରଗଡି ପକାଏ
ସେଇ ବ୍ଲାଉଜ୍ ରେ ।

ବିଚରା ବ୍ଲାଉଜ୍ ର ଛୋଟିଆ ପରାଣ !
ଭୟରେ ସେ ମୋ ଦେହରେ
ଲାଖିଯାଏ ଆହୁରି ଜୋର୍ ରେ ।