ଫଟୋ - ୱିକି କମନ୍ସ

ଏବେ ରାତିର ପ୍ରଥମ ପ୍ରହର
ତୁମେ ଆସିଲ ଜୀବନକୁ
ଏକ ନୂତନ ସମ୍ଭାବନା ନେଇ
ପ୍ରେମ ଓ ପ୍ରିତୀର ଫଲଗୁ ନେଇ
ସଂନ୍ଧ୍ୟା ତାରା ପରି ଏକ ମାତ୍ର ସାଥୀ ହୋଇ
ଏ ମନ ଆକାଶରେ ।

ଏବେ ରାତିର ଦ୍ୱିତୀୟ ପ୍ରହର
ତୁମେ ଅଜଣାରୁ ଆପଣାର ପାଲଟି ସାରିଛ
ଶୂନ୍ୟ ଆକାଶରେ ଜହ୍ନତାରାର ଝୋଟି ଆଙ୍କି ହୋଇଛି
ତୁମ ଶ୍ଵାସର ମୃଦୁ ହିଲ୍ଲୋଳରେ ଭିଜା ମାଟିର ବାସ୍ନା
ମୋ ଦେହସାରା ଖେଳିବୁଲୁଛି
ଆଃ..! ତୁମେ କଣ ଏବେ ମୋର ଏତେ ନିକଟରେ !!

ଏବେ ରାତିର ତୃତୀୟ ପ୍ରହର
ସ୍ଵପ୍ନ ବୁଣିବାର ବେଳା
ଲାଜୁକୀ ଜହ୍ନର ମିଠା ଦାଗ ଆକାଶ ବୁକୁରେ
ଆଖି ପତାରେ ଅଳସ ନିଦର ହାଲକା ସ୍ପର୍ଶ
ତୁମେ କଣ ସତରେ ଆସିଥିଲ ସ୍ଵପ୍ନରେ
ପାଦ ଟିପି ଟିପି ଅତି ଗୋପନରେ !

ଏବେ ରାତିର ଶେଷ ପ୍ରହର
ମେଲାଣି ନେବାର ଦାରୁଣ ମୂହୁର୍ତ୍ତ
ଲୁହ କାକରରେ ଭିଜା ଆମ ସ୍ବପ୍ନର ଅଗଣା
ତାରାସବୁ ନିମିଷକେ ହେଲେ ବାଟବଣା
ଏକ ଦୀର୍ଘଶ୍ଵାସେ ଭାଜିଗଲା ଯେତେ ତଲ୍ଲୀନତା
ମରିଚୀକା ପାଲଟିଲା ସବୁ ନିବିଡ଼ତା

ତୁମେ କଣ ଆସନ୍ତନି.. ଆଉ ଏକ ମାହେନ୍ଦ୍ର ବେଳାରେ
ରହିବାକୁ ସବୁଦିନ ଏଇ ମୋର ଶୂନ୍ୟ ଜୀବନରେ !!