ଫଟୋ: ୱିକି କମନ୍ସ

ଏକ

ଦକ୍ଷିଣ ଆଫ୍ରିକାରେ କୌଣସି ଏକ କ୍ରିକେଟ୍ ମ୍ୟାଚ୍ । ପ୍ରବଳ ବର୍ଷାର ପୂର୍ବାନୁମାନ କରିଥାଏ ପାଣିପାଗ ବିଭାଗ । ରିପୋର୍ଟର୍ ଜଣେ ସ୍ଥାନୀୟ ମୂଳ - ଅଧିବାସୀଙ୍କୁ ବର୍ଷା ବିଷୟରେ ପଚାରିଲେ । ସେ ଆକାଶକୁ ଅନେଇ ପାରମ୍ପରିକ କାରଣ ସହ କହିଲେ ବର୍ଷା ହେଲେବି ମାତ୍ର ପାଞ୍ଚ - ଦଶ ମିନିଟ୍ ପାଇଁ ହେବ । ଏବଂ ତାହା ହିଁ ହେଲା ।

ଦୁଇ

ଏଇ ଜୁନ୍ ଦଶରୁ ଚଉଦ ପ୍ରବଳ ବର୍ଷାର ସମ୍ଭାବନା କଥା କହିଲେ ପାଣିପାଗ ବିଭାଗ । ନଅ ତାରିଖରେ ଜଙ୍ଗଲରୁ ଫେରି ଗାଁରେ ଆମ ପଡୋଶୀ ପ୍ରସନ୍ନ ଦେହୁରୀ କହିଲେ ବର୍ଷା ସିଆଡେ ହେବ ଯଦି ହେବ । ଆମଆଡେ ସେମିତି ହେବନି । ହେଲେବି ଦିନେ ଦୁଇଦିନ ପରେ ହେବ । ଲଖନପୁର ଜଙ୍ଗଲରେ ଧଉରା ଅଗି ଝାଉଁଳି ନାହିଁ । ଖରାଦିନ ସରିଲା ପରେ ପ୍ରଥମ ବର୍ଷା ପୂର୍ବରୁ ଧଉରା ଅଗି ଝାଉଁଳିବା କଥା । ଆମେ ତାଙ୍କ କଥାକୁ ବିଶ୍ୱାସ କଲୁନି । କିନ୍ତୁ ସେୟାହିଁ ହେଲା ।

ସାରକଥା

ଏଠି ପାଣିପାଗ ବିଭାଗର ପାଠ ଉପରେ ପ୍ରଶ୍ନ ଚିହ୍ନ ମୁଁ ଆଙ୍କୁନି । ତାହା ତ ଆଧୁନିକ ଓ ବିଜ୍ଞାନ ସମ୍ମତ । କେବଳ ମନେପକେଇଦେଉଛି ଯେ ଅନେକ ପାରମ୍ପରିକ ଜ୍ଞାନକୌଶଳ ସମାନ୍ତରାଳ ଭାବରେ ଆମ ଗାଁ ମାନଙ୍କରେ (ପୃଥିବୀ ସାରା ) ପୁରୁଣା ଲୋକମାନଙ୍କ ପାଖରେ ଅଛି । କେତେ ଠିକ୍ କେତେ ଭୁଲ୍ ତାହାର ବିଶଦ ପରୀକ୍ଷଣ ପରବର୍ତ୍ତୀ ସମୟରେ କରାଯାଇପାରେ । କିନ୍ତୁ ଅନ୍ତତଃ Hypothesis ଭାବରେ ଏସବୁକୁ ଲେଖି ରଖିବାର (Documentation କରିବାର) ସମୟ ଆସିଛି । ହୁଏତ ଏ ପୀଢି ଶେଷପୀଢି । ପଛରେ ଚାହିଁଲେଵି ଆମେ କରିପାରିବାନି । ଜ୍ଞାନର ଗୋଟେ Power House ସମଗ୍ର ପୃଥିବୀରୁ ସରିସରି ଆସୁଛି । ଏସଵୁ ମ୍ୟାଜିକ୍ ନୁହେଁ । ବର୍ଷବର୍ଷ ଧରି ବ୍ୟବହାରିକ Observation ର ଫଳଶ୍ରୁତି । ସତ୍ୟ ବୋଲି ମାନିବା ଆବଶ୍ୟକତା ନାହିଁ । କେବଳ ଟିପି ରଖନ୍ତୁ ଓ ପରୀକ୍ଷା କରନ୍ତୁ ଆଧୁନିକ ପ୍ରଣାଳୀରେ । ବିଶ୍ୱବିଦ୍ୟାଳୟର ସବୁ ଡିସିପ୍ଲିନ୍/ ଫାକଲ୍ଟିର ସ୍କଲାର୍ ମାନେ ଆଗକୁ ଆସନ୍ତୁ ।