ଫଟୋରେ ପେରୁ

ପେରୁ ଦେଶରେ ଆଣ୍ଡିଆନ ସଭ୍ୟତାଠାରୁ ଇନକା ଶାସନ ସହ ସ୍ପେନର ପ୍ରାଧାନ୍ୟ ପର୍ଯ୍ୟନ୍ତ ବହୁ ଲମ୍ବା ଇତିହାସ ରହିଛି । ତଥାପି, ଏବେ ବି ସେଠାରେ କିଛି ଆଦିବାସୀ ଅଛନ୍ତି ଯେଉଁମାନେ ସାମ୍ପ୍ରତିକ ସଭ୍ୟତାରୁ ଦୂରରେ ।


ଯେତେବେଳେ ଫ୍ରାଂସିସ୍ ମୋତେ ପେରୁର ଫଟୋ ଆଲବମ ଦେଖିବ କି ବୋଲି ପଚାରିଲେ ମୁଁ ଭାବିଲି ସେଥିରେ ତ ତାଙ୍କ ପତ୍ନୀଙ୍କ ସହ ତାଙ୍କ ଫଟୋ, ପିତାମାତା, କିମ୍ବା ତାଙ୍କ ଶାଶୁଘର ଲୋକଙ୍କ ସହିତ ତାଙ୍କ ଫଟୋ ଥିବ (ପେରୁ ତାଙ୍କ ପତ୍ନୀଙ୍କ ଜନ୍ମଭୂମି ) । କିନ୍ତୁ ମୁଁ କେବେ ଭାବି ନ ଥିଲି ସେ ଫଟୋଗୁଡିକ ଭିତରେ ଆଖି ଖୋଲିଦେବା ପରି ଛୋଟ ଦେଶଟିର ମନ ମୁଗ୍ଧକର ଫଟୋଗୁଡିକ ମଧ୍ୟ ରହିଥିବ । ଏହା ଥିଲା ଏକ ସୁନ୍ଦର ଫଟୋବୁକ୍ ।

ସେ ସେଠାକାର ମାଛୁ ପିଚୁ, କୁସ୍କୋ ଆଉ ଟିଟିକାକା ହ୍ରଦ ଚାରିକଡର ସୁନ୍ଦର ଦୃଶ୍ୟ ସବୁକୁ ଏପରି ଭାବେ ଫଟୋରେ ତୋଳି ଧରିଥିଲେ ଯେ, ନ ଦେଖିଲେ ବିଶ୍ୱାସ ହେବନାହିଁ । ସେ ନିଜ ସଂଗୃହିତ ଫଟୋଗୁଡିକୁ ସପ୍ଲିମେଣ୍ଟ କରିବା ପାଇଁ ମାନଚିତ୍ରରେ କଟିଙ୍ଗ୍ ଏବଂ ସଠିକ୍ ମାର୍କିଂ କରିବା ସହ କିଛି ଚିତ୍ର ମଧ୍ୟ ଅଙ୍କନ କରିଥିଲେ । ତାଙ୍କର ଏହି କାର୍ଯ୍ୟ ତଥା ଆୟୋଜନ ସମ୍ପୂର୍ଣ୍ଣ ଭାବରେ କଳାତ୍ମକ ଥିଲା, ଏବଂ ଫଟୋବୁକ୍ ର ପ୍ରତ୍ୟେକ ପୃଷ୍ଠାରେ ଏକ ସୁନ୍ଦର ବାର୍ତ୍ତା ଲୁଚି ରହିଥିଲା ।

ପେରୁ ଦେଶରେ ଆଣ୍ଡିଆନ ସଭ୍ୟତାଠାରୁ ଇନକା ଶାସନ ସହ ସ୍ପେନର ପ୍ରାଧାନ୍ୟ ପର୍ଯ୍ୟନ୍ତ ବହୁ ଲମ୍ବା ଇତିହାସ ରହିଛି । ତଥାପି, ଏବେ ବି ସେଠାରେ କିଛି ଆଦିବାସୀ ଅଛନ୍ତି ଯେଉଁମାନେ ସାମ୍ପ୍ରତିକ ସଭ୍ୟତାରୁ ଦୂରରେ । ଦେଶକୁ ତିନୋଟି ଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇଛି: ଶୁଷ୍କ ପଶ୍ଚିମ ଅଞ୍ଚଳ, କେନ୍ଦ୍ରୀୟ ପର୍ବତାଞ୍ଚଳ ଏବଂ ପୂର୍ବ ଆମାଜନ ଉପତ୍ୟକା ।

ଚିରହରିତ ଜଙ୍ଗଲ (ରେନ ଫରେଷ୍ଟ) ରେ ଥିବା ସାପ ଏବଂ ନିରାପତ୍ତା ପାଇଁ ଏକ ଭିନ୍ନ ଜୀବନ ବିତାଉଥିବା ଲୋକମାନଙ୍କ କାହାଣୀ କୌତୁକ ପରି ମନେହୁଏ, କିନ୍ତୁ ଆଣ୍ଡିଜ଼ର ପୂର୍ବ ପାର୍ଶ୍ୱରେ ଏହା ବାସ୍ତବ । ପର୍ବତ ଶିଖର ଏବଂ କବରଗୁଡ଼ିକ ପରି ଇନକା ନିର୍ମାଣଗୁଡ଼ିକ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ ଏବଂ ଏହା ୟେଲ ପ୍ରଫେସର ବ୍ରିଗାମଙ୍କ ମହାନ ଆବିଷ୍କାରକୁ ମନେ ପକାଇଥାଏ ।

ଫଟୋବୁକର ପ୍ରତି ପୃଷ୍ଠାରେ ଥିବା ଫଟୋଗୁଡିକୁ ଦେଖି ଦେଖି ଚାଲିଥିବାବେଳେ ହଠାତ ନଜରକୁ ଆସିଲା ଏକ ପୃଷ୍ଠାରେ ବନ୍ଧା ହୋଇଥିବା ନଡ଼ା ଉପରେ । ଏହି ନଡ଼ା ବନ୍ଧା ହ୍ରଦରେ କୃତ୍ରିମ ଦ୍ୱୀପ ତିଆରି କରିବା ପାଇଁ ବ୍ୟବହୃତ ହୋଇଥିଲା । ହ୍ରଦଟି ବହୁତ ଗଭୀର ନୁହେଁ, କିନ୍ତୁ ତାହାର ପାଣି ଖୁବ ଥଣ୍ଡା । ଏବଂ ଏହାର ପୂର୍ବ ଭାଗରେ, ଆମାଜନ ନଦୀର ଉତ୍ସ ରହିଛି, ଯାହାକୁ ଦେଖିଲେ ମନେ ହୁଏ ଏହି ନଦୀ ପୃଥିବୀର ସବୁଠାରୁ ଵୃହତ୍ତମ ନଦୀ, ମାତ୍ର ଏହା ନୀଳ ନୁହେଁ !

ମୁଁ ପେରୁ ପରିଦର୍ଶନ କରିବାକୁ କି ପର୍ଯ୍ୟବେକ୍ଷଣ ଏବଂ ମତାମତ ଯାଞ୍ଚ କରିବାକୁ ସୁଯୋଗ ନ ପାଇ ପାରେ । କିନ୍ତୁ ମୁଁ ଜାଣେ ଏପରି ଏକ ଦେଶ ଅଛି ଯାହାକୁ ମୁଁ ବର୍ତ୍ତମାନ ଭଲ ଭାବରେ ଜାଣିଛି । ଏହା ଏକ ଜଣାଶୁଣା ଦେଶ ।

Translated from A Photo-journey through Peru

ପ୍ରବନ୍ଧର ଅନୁବାଦ ପାଇଁ ମୁଁ ବାଟୋଇ ହବ୍ ଦଳକୁ ଧନ୍ୟବାଦ ଜଣାଉଛି ।