ଶତ୍ରୁ

ଅଜୟ ପ୍ରଧାନଙ୍କ କବିତା "ବାଇଦା'ନା' ଓ ଅନ୍ଯାନ୍ଯ" ଓଡିଆ କବିତାରେ ଏକ ସାର୍ଥକ ପ୍ରୟୋଗ । ପୁରୀ ବୋଲି ଓ ପୁରୀର ଚିତ୍ର ଏବଂ ଚରିତ୍ରଙ୍କୁ ନେଇ ଲେଖା ହୋଇଥିବା ଏ କବିତା ସବୁ ଆମ ସମୟର କାବ୍ଯ ପରମ୍ପରାରେ ନୂଆ ଅଧ୍ୟାୟ ଯୋଡିଛି । ଏସବୁ କବିତା କ୍ରମଶଃ ।


ଫଟୋ- ୱିକି କମନ୍ସ

ପହିଲା ଚୋଟ ମୋର,
କାମ୍ ଫତେ ନହେଲା ତ ଔର ଏକ୍,
ବହୁତ ଦିନରୁ ଶୋଷେଇକରି ଅଛି ହତିଆରଟା
ଗରିଲା ମାରେ ଛେକେ ଛେକେ ରହିବ
ହୁସିଆର୍, ଆଲୁଅକୁ ଯେମତି ନ ଆସେ କଥାଟା ।

ଇଏ ଭୀମ ମହାସୁଆର ଖେଳ, ଆଉ କା’ର ନୁହଁ
ୟାର ଉଭା ପୋତା କେତେ କେହି ଜାଣନ୍ତିନି
ଯୋଉ ପଟେ ଯାଏ ସେପଟେ ଫେରେନି,
ଚାରି ପୁରୁଷ ଯା’ର ଚାରିଚକିଆରେ ପଇଁତରା କରିଚି
ତାକୁ ମାକ୍ ଆଜି ନେଙ୍ଗେଡ଼ିମେଟିଟେ ତର ଦେଖଉଚି !

ଯୁଗ୍ ଯୁଗ୍ରୁ ପୈସାରେ ଖେଳ ଆମର, ଆଜି କଣ
ଗୋରା ପିଲା ସିନା ଭୁଲି ଗଲାଣି ବୋପା ପାନ ବିକା କଥା
ପାନ ବିକାରୁ କିରାସିନୀ, ତା’ପରେ ଜାଗା ଦଖଲ ରାହାଜାନୀ
ପଚାଶ୍ କିତା ଜାମିନ୍ ଆଣିଚି, ପଚାଶ୍ କିତା କରେଇଚି ଖଲାସ୍
ଏଇନେ, ହୋଟେଲ୍, ବସ୍ ସିନେମା ହଲ୍ କାହିଁରେ କ’ଣ ଫିନି ଫିନି ।

ର’ର ବାଇନ ! ତୋ ଗୁମାନ ଛଡ଼ଉଚି
ତୋ ପୁଅ ଫେର୍ ମୋ ପୁଅ ଦିହରେ ହାତ ନଗେଇବ ?
ନାଇଁ ନାଇଁ ନାଗସାପ ନାଙ୍ଗୁଡ଼ରେ ହାତ ମାରିଚୁ
ଦିହ ଯାକ ଖଣ୍ଡା ଚୋଟର ଧଣ୍ଡାମାଳ ଯା’ର
ତାକୁ ଡାକୁଚୁ ମୈଦାନକୁ !

ହମ୍ ଭି ତୟାର୍, ଦେଖ୍ ଲେଙ୍ଗେ ଶାଲା
ୟେ ଔର କୋଇ ନହିଁ ହୈ ମାକ୍ ଭୀମ୍ ମା’ ସୁଆର
ହାଁ କହିଲା ବେଳକୁ ଖେଳ ଖତମ୍ ଯା’ର -
ଆଜି ରାତିରେ
ଛକ ଉପରେ - ତାପରେ ଫେରାର୍ !

ଆଣ୍ ଆଣ୍ ତାଡ଼ଟା କାମ ବଢ଼େଇବା, ସଂଜେ ମାଲ ମାଉଁସ ଖାଇ କଁ ହେଲା ! ସିଏ ଆଉଚି ମୋ ପିଲାକୁ କାନ୍ଧରେ ବସେଇ ??