ଫଟୋ - ୱିକି କମନ୍ସ

ଏଠି କେତେଦିନ ଆଉ ରହିବାକୁ ହେବ
କେତେଦିନ

କେହି ନଥାଏ ଚାରିପଟେ, ସମସ୍ତେ
କେଉଁ ଅଜଣା ଭୟରେ
ଯେତେସବୁ ବନ୍ଦର ଡେଇଁଆସିଲି
ଏବେ ମନେପଡେନି ଠିକଣା
କାଲି କଣ ହେଇଥିଲା ମନେପଡେନି ଆଜି
ପୁରୁଣା ରାସ୍ତାସବୁ ଚିହ୍ନିବା ଆଉ ନୁହଁ ସହଜ

ଏଠି ରହିବାକୁ ଆସିଲି କି
କରିବାକୁ ଆସିଲି ଅନ୍ତିମଶୟନ
ଜାଣିବା କଷ୍ଟ
ଆଉ ରହିବି କେତେଦିନ କିଏ ଦେଇପାରିବ ଗୋଟେ ସହଜ ଉତ୍ତର
ପବନ ବି ନିରୁତ୍ତର .....