ନିରବ ଏକାନ୍ତରେ

ମୃତ୍ୟୁର ଅପେକ୍ଷାରେ ଏକ ସରଳ କବିତା ।


ଏବେ ପ୍ରତିଟି ଦିନ
ମୃତ୍ୟୁର ଦିନ ପରି ଲାଗେ
କାହିଁକି ଯେ
କୁଆଡ଼େ ଗଲା ଅନନ୍ତ ଜୀବନ
ବଞ୍ଚିବାର ସ୍ଵପ୍ନ !

ହଜିଯାଆନ୍ତି ଅନେକ ଚିହ୍ନାଲୋକ
ନାଁ ତାଙ୍କର ମନେରଖିପାରେନି ଇତିହାସ

ଟୁପଟାପ୍, ଫୁସଫାସ୍ ଗପୁଥାଏ
କେହିଜଣେ, ମୋ କାନକୁ
ଶୁଭୁନଥାଏ ତା ଶବ୍ଦ
ମୁଁ କେଉଁଠି ଥାଏ ନିରବ ଏକାନ୍ତରେ

ଇତିହାସ ପାଲଟିଯିବା
କେତେ ସହଜ ସତରେ !

Report an Error