ଚିତ୍ର - ବାଟୋଇ ସ୍ପେସ

ପାଦ ଆଗକୁ ବଢ଼େଇଲେ ହିଁ
ସ୍ଵର୍ଗଦ୍ଵାର

ତୁମ ସହ ବିତିଗଲା କେତେ ଯେ କ୍ଷଣ
ତୁମେ ଦେବୀ ତ ମୁଁ ଦାନବ
ଲଢେଇରେ ହଜିଗଲା ଜନ୍ମ ଜନ୍ମ
ଥରେ ପ୍ରେମିକା ହେଇ ଦେଖ, ଦେବୀ
ତୁମ ପାଦରେ ଅର୍ପିଦେବି
ଇହକାଳ ଓ ପରକାଳ

ଏବେ ଏକପାଖେ ସ୍ଵର୍ଗଦ୍ଵାର ତ
ଆରପାଖେ ଜୀବନ
ଚିତ୍ରମୟ ଅନ୍ଧକାରରେ
ଅନନ୍ତ ଯୌବନ
ସାମ୍ନାରେ ଅସରନ୍ତି ବାଟ
ମୁଁ ଓ ମୋର ଇତିହାସ

ବନ୍ଦ ସବୁ ଦୁଆର ଝରକା
ଏବେ ମୁଁ ଖୋଜୁଛି ଗୋଟେ ଆକାଶ !