ରକ୍ତପାଠ କରୁଛି କଟାମୁଣ୍ଡ ।

କଟାମୁଣ୍ଡର ଦୁଃଖ କଣ ପଚାରୁଛି
ବେକ ଉପରେ ସଜୀବ ମୁଣ୍ଡ
ରକ୍ତ କାଇଁ ବୋଲି ପ୍ରଶ୍ନ କରୁଛି
ବୁଜି ହୋଇଥିବା ଆଖି
ସବୁ ପ୍ରଶ୍ନ ମନ୍ତ୍ର ପରି ହୋ ହୋ ଫଟା ମାଇକରେ ।

ଭୋକ ବଢିଛି ବୋଲି
ଖବର ଆସିଛି ଆଜି ସକାଳୁ ।

ଭୋକପାଠ କରୁଛି ଫିମ୍ପିମରା ପେଟ ।

ଭୋକ କାଇଁ, ଏଠି ତ ଧାଡି ଧାଡି ବ୍ୟଞ୍ଜନ
ଯେଉଁ ଲୋକ ପେଟରେ ଦାନା ପଡିନି
ସେ ଆଉ ଗୋଟେ ପୃଥିବୀରେ
ଗାଁ ବସେଇ ରହୁଛି ।

ଭୋକର ଗାଁରେ ବଳି ପଡୁଛି
ଚଣ୍ଡୀପାଠ ଚାଲିଛି !!!