ଫଟୋ - ୱିକି କମନ୍ସ

କେହି ଜଣେ ତ ଯିବ ସୁମନ୍ତ
ମୃତ୍ୟୁ ଅଭିଷେକରେ
ସେଇଟା ଈଶ୍ୱର ଓ ତା ଭିତରର
କଥା ଗୋପନରେ

ଦେଇଥିବା ପ୍ରେମ ସବୁ
ଫେରସ୍ତ ମିଳିବାର ନଥାଏ
କେହି କ'ଣ ଈଶ୍ୱରଙ୍କୁ ଦେଇଥିବା
ବୟସ ଫେରିପାଏ ?
ଦେବା ଯେତେ ସହଜ, ଫେରିପାଇବା
ତା'ଠୁ କଷ୍ଟ, ତୁମେ ଜାଣ ସୁମନ୍ତ
ସେଇଥିଲାଗି ବୋଧେ ହେଇଗଲ ନିଖୋଜ
ଅଚାନକ

ଏବେ ତୁମକୁ ଖୋଜୁଛି ମୁଁ
ସାରା ଭୁବନେଶ୍ବରରେ
ତୁମେ କେଉଁଠି ଯେ ସୁମନ୍ତ !
କେଉଁ ଛକରେ---- !