ଫଟୋ - ୱିକି କମନ୍ସ

ମତେ ଆଉ କେତେ କାଳ ଲାଜବତୀ ହେ ଈଶ୍ୱରୀ
ମୋହିବ ଯେ ଲୀଳାରେ ତୁମର
କେତେ କାଳ

ଏମିତି ସମସ୍ତେ ଗୋଟଗୋଟେ ହେଇ
ଯାଉଥିବେ ଫେରି
କେତେ କାଳ ମୁଁ ଠିଆହେଇଥିବି ଛକରେ ଏକାଏକା
ଦେଖିବାକୁ ଅନ୍ତିମ ଲୀଳା ତୁମର

କାହାକୁ ପୂର୍ଣ୍ଣକରିବ ତୁମେ ?
ନିଜକୁ, ଦେଖଣାହାରୀ ବା ସମୟକୁ
ନିଜକୁ ଖୋଜିବାକୁ ସେଦିନ ମୁଁ ସେଇ ସକାଳରେ
ବlହାରିଥିଲି ଯେ ବାଟ ସରିଲାନି
କହିଲି ମୁଁ ବାରମ୍ବାର ଏ ଜୀବନ ପୂର୍ଣ୍ଣକର, ତୁମେ କିନ୍ତୁ
ରହିଲ ଅଦୃଶ୍ୟ, ନିଜକୁ ବି ରଖିଲ ଅପୂର୍ଣ୍ଣ

ନିଶବ୍ଦ ନିରବତାରେ କେତେ କାଳ
ମୋହିବ ମୋହିନୀ
କେତେ କାଳ !....

(କବି ଶୁଭେନ୍ଦୁ ମୁଣ୍ଡଙ୍କୁ ମନେପକେଇ)