ଶିକ୍ଷା ଉପରେ କୋଭିଡ଼ - ୧୯ ମହାମାରୀର ପ୍ରଭାବ

ଏକ ଅଦୃଶ୍ୟ ଜୀବାଣୁ ପାଇଁ ବିଦ୍ୟାଳୟ, ପ୍ରାକ - ଶିଶୁ ଶିକ୍ଷା, ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଲା


କୋଭିଡ଼ - ୧୯ ମହାମାରୀ ମାନବ ଜୀବନ ଏବଂ ଜୀବନଶୈଳୀକୁ ନାଟକୀୟ ଭାବରେ ପ୍ରଭାବିତ କରିଛି । ଏହା ମାନବ ଜୀବନର ବ୍ୟାପକ କ୍ଷତି ଘଟାଇଛି ସର୍ବୋପରି ଏହା ଜନସ୍ୱାସ୍ଥ୍ୟ, ଖାଦ୍ୟ ପ୍ରଣାଳୀ ଏବଂ କର୍ମକ୍ଷେତ୍ର ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହା ସହିତ, ଏହା ବିଶ୍ୱବ୍ୟାପୀ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଛି । ଏକ ଅଦୃଶ୍ୟ ଜୀବାଣୁ ପାଇଁ ବିଦ୍ୟାଳୟ, ପ୍ରାକ - ଶିଶୁ ଶିକ୍ଷା ଓ ଯତ୍ନ, ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଲା ।

ଶିକ୍ଷାନୁଷ୍ଠାନଗୁଡ଼ିକର ସଟଡାଉନ (ବନ୍ଦ) ଯୋଗୁଁ ଅଭିଭାବକମାନଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲାବେଳେ ପରୀକ୍ଷା ବାତିଲ ହେତୁ ବିଦ୍ୟାର୍ଥୀମାନେ ଆରାମ ପାଇଥିଲେ । ଭାରତରେ ପ୍ରାୟ ୨୫୦ ନିୟୁତ ବିଦ୍ୟାର୍ଥୀ ବିଦ୍ୟାଳୟ ସଟଡାଉନ (ବନ୍ଦ) ଯୋଗୁଁ ପ୍ରଭାବିତ ହୋଇଥିଲେ (ଏଥିରେ ସରକାରୀ, ଘରୋଇ ବିଦ୍ୟାଳୟ ଅନ୍ତର୍ଭୁକ୍ତ)। ଯଦିଓ କିଛି ମାସ ଧରି, ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ବିତରଣରେ ନିରନ୍ତରତା ବଜାୟ ରଖିବା ପାଇଁ ସରକାର ହଠାତ୍ ପଦକ୍ଷେପ ନେବାକୁ ଅସମର୍ଥ ହୋଇଥିଲେ ମଧ୍ୟ କୋଭିଡ଼ - ୧୯ ଅନଲାଇନ୍ ଶିକ୍ଷା ଗ୍ରହଣ କରିବାରେ ଏକ ଅନୁକ୍ରମଣିକା ସୃଷ୍ଟି କରିଥିଲା । ଚକ୍ ଏବଂ ବ୍ଲାକବୋର୍ଡ ସହିତ ଶିକ୍ଷାଦାନରେ ଅଭ୍ୟସ୍ତ ଥିବା ଶିକ୍ଷକମାନେ ଫାଷ୍ଟ ଆଣ୍ଡ ଫ୍ୟୁରୀଅସ ବେଗରେ ସ୍ମାର୍ଟ କ୍ଲାସ୍ ସହିତ ସ୍ମାର୍ଟଫୋନ୍ କିମ୍ବା ଅନ୍ୟାନ୍ୟ ଗ୍ୟାଜେଟ୍ ଆଦିର ବ୍ୟବହାର ଶିଖିବାକୁ ଲାଗିଲେ । ଏହା ସେମାନଙ୍କର ଆତ୍ମବିଶ୍ୱାସରେ ଏକ ବଡ଼ ଧରଣର ପତନ ଘଟାଇଲା, କାରଣ ଅନେକ କ୍ଷେତ୍ରରେ ଶିକ୍ଷକମାନେ ସେମାନଙ୍କ ପାରମ୍ପରିକ ଶିକ୍ଷାଦାନ ସହିତ ଆଧୁନିକ ଜ୍ଞାନ କୌଶଳର ମୁକାବିଲା କରିପାରିଲେ ନାହିଁ ।

ପ୍ରାରମ୍ଭରେ, ଯଦିଓ ଶିକ୍ଷକମାନେ ଅନଲାଇନ୍ କ୍ଲାସକୁ ଗ୍ରହଣ କରିବା ସହ ନିଜକୁ ପରିବର୍ତ୍ତନ କରିଥିଲେ, ପରବର୍ତ୍ତୀ ସମୟରେ ସେମାନେ ଅନ୍ୟ ଏକ ଉତ୍ତମ ଚାକିରି ପାଇଁ ଚେଷ୍ଟା କରିଥିଲେ ଯାହା ସ୍ୱଳ୍ପ ବେତନ ହେଉ ପଛେ ମହାମାରୀ ସତ୍ତ୍ୱେ ସେମାନଙ୍କୁ ସ୍ଥିର ଆୟ ପ୍ରଦାନ କରିପାରିବ । ଅଳ୍ପ କିଛି ଶିକ୍ଷକ ଦିନ ମଜୁରିଆ (ଡେଲି ୱେଜ) ମଧ୍ୟ ଆରମ୍ଭ କରିଥିଲେ ଯାହା ଅନଲାଇନ୍ କ୍ଲାସ୍ ଜାରି ରଖିବା ପାଇଁ ବିଦ୍ୟାଳୟ ପରିଚାଳନାରେ ବାଧା ସୃଷ୍ଟି କରିଥିଲା । ଏହା ସହିତ, ଅନଲାଇନ୍ ପାଠ୍ୟକ୍ରମରେ ଦୀର୍ଘ ସମୟ ଲାଗୁଥିବାରୁ, ଛାତ୍ରମାନେ ଏହି ଅନଲାଇନ ଶିକ୍ଷାଗ୍ରହଣରେ ଯୋଗଦେବାରେ ସେତେ ଆଗ୍ରହ ପ୍ରକାଶ କଲେ ନାହିଁ । କିଛି କ୍ଷେତ୍ରରେ ସେମାନେ ପାଠ ପଢିବା ସମୟରେ ଅନ୍ୟ କାର୍ଯ୍ୟ କରିଲେ, କିମ୍ବା କ୍ଲାସରେ ଯୋଗ ଦେଲେ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅନଲାଇନ୍ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଉପକରଣ ଯୋଗାଇବା ପିତାମାତାଙ୍କ ପାଇଁ ଆଉ ଏକ ବୋଝ ଥିଲା କାରଣ ଅଧିକାଂଶ ପିତାମାତା ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି । ଅଧିକାଂଶ ଶିକ୍ଷିତ ଅଭିଭାବକ ଯେଉଁମାନେ ଘରୁ ଅଫିସ କାର୍ଯ୍ୟ କରୁଥିଲେ ସେମାନେ ସେମାନଙ୍କ ପିଲାମାନଙ୍କୁ ଏହି ଅନଲାଇନ ଶ୍ରେଣୀର ମୁକାବିଲା କରିବାରେ ଏବଂ ନିରନ୍ତରତା ବଜାୟ ରଖିବାରେ ସାହାଯ୍ୟ କରିପାରିଥିଲେ । କିନ୍ତୁ ଏହି କ୍ଷେତ୍ରରେ ଅଶିକ୍ଷିତ ପିତାମାତାଙ୍କ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନଲାଇନ ପାଠ୍ୟକ୍ରମ ପାଇଁ ସେମାନଙ୍କର କୌଣସି ସୁବିଧା ନଥିଲା । ଏଥିପାଇଁ ସେମାନଙ୍କ ପିତାମାତା ସେମାନଙ୍କୁ ସାହାଯ୍ୟ କରିପାରିନଥିଲେ । ସରକାରୀ ବିଦ୍ୟାଳୟର ଅଧିକାଂଶ ଛାତ୍ର ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । କର୍ଣ୍ଣାଟକରେ ‘ବିଦ୍ୟାଗାମା’ ଦ୍ୱାରା ଏହି ଅନଲାଇନ ପାଠପଢା ବୋଝକୁ ଅନେକାଂଶରେ ହ୍ରାସ କରାଯାଇଥିଲା, ଯେଉଁଥିରେ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କର ଏକ ଛୋଟ ଦଳ ସୃଷ୍ଟି କରି ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଦେଇଥିଲେ । ଏହି ପଦକ୍ଷେପ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ସାହାଯ୍ୟ କଲା ଏବଂ ସେମାନଙ୍କ ଶିକ୍ଷଣରେ ଏକ ବଡ଼ ବ୍ୟବଧାନକୁ ହ୍ରାସ କରି ପାରିଥିଲା ।

ଅନଲାଇନ୍ ଶିକ୍ଷା ଏବଂ ଶିକ୍ଷାଦାନର ଉଭୟ ଭଲ ଏବଂ ଖରାପ ଦିଗ ରହିଛି । ଅଧିକ ସମୟ ପାଇଁ ଉଜ୍ଜ୍ୱଳ ପରଦାରେ କ୍ରମାଗତ ଭାବେ ସମ୍ପର୍କରେ ରହିବା ହେତୁ ଏହାର ପ୍ରଭାବ ସମ୍ବେଦନଶୀଳ ଆଖି ଉପରେ ପଡିଥାଏ । ଆହୁରି ମଧ୍ୟ, ପିଲାମାନେ ଅନଲାଇନ୍ କ୍ଲାସରେ ପଢ଼ିବା ସମୟରେ ଅନ୍ୟ ଟ୍ୟାବରେ ଅନ୍ୟାନ୍ୟ ସାଇଟ ଖୋଲିବାକୁ ଇଚ୍ଛା କରନ୍ତି । ଯେହେତୁ ଅନଲାଇନ୍ ବିଷୟବସ୍ତୁ ବ୍ରାଉଜିଂରେ କୌଣସି ପ୍ରତିବନ୍ଧକ ନାହିଁ, ପିଲାମାନେ ଅପ୍ରାସଙ୍ଗିକ ବିଷୟବସ୍ତୁ ଏବଂ ୱେବସାଇଟ୍ ପ୍ରତି ଆକର୍ଷିତ ହୁଅନ୍ତି, ଯାହା ସେମାନଙ୍କର ସରଳତା ଓ ନିରୀହତାକୁ କ୍ଷତି ପହଞ୍ଚାଇପାରେ । ପିତାମାତାମାନେ ମଧ୍ୟ ସେମାନଙ୍କର ବ୍ରାଉଜିଂ ହିଷ୍ଟ୍ରୀ (ଇତିହାସ) ଉପରେ କୌଣସି ଟ୍ରାକ୍ ରଖନ୍ତି ନାହିଁ କାରଣ ପିଲାମାନେ ବ୍ରାଉଜିଂ ହିଷ୍ଟ୍ରୀକୁ ବିଲୋପ କରିବାକୁ ଯଥେଷ୍ଟ ସ୍ମାର୍ଟ ଅଟନ୍ତି । ଯଦି ବୟସ୍କ ବିଷୟବସ୍ତୁ ସମ୍ବନ୍ଧୀୟ ୱେବସାଇଟ୍ ରେ ଶାରୀରିକ ଅନ୍ତରଙ୍ଗତା ସମ୍ବନ୍ଧରେ ଭୁଲ ସୂଚନା ମିଳିବା ସହ କିଶୋରମାନଙ୍କ ପାଇଁ ସହଜରେ ଏବଂ ଯୌନ କାର୍ଯ୍ୟକଳାପ ଉପଲବ୍ଧ ହୁଏ ତେବେ ଏହା ସମାଜ ପାଇଁ ପ୍ରକୃତରେ ବିପର୍ଯ୍ୟୟ ସୃଷ୍ଟି କରେ । କଥାରେ ଅଛି, ‘ଜିଜ୍ଞାସା ହେଉଛି ମନର ବାସନା”, କିଶୋରମାନେ ଅନେକ ଜିନିଷ ଜାଣିବାକୁ ସର୍ବଦା ଆଗ୍ରହୀ । ଯେତେବେଳେ ସେମାନଙ୍କ ମନରେ କିଛି କଥା ପାଇଁ କୌତୂହଳ ସୃଷ୍ଟି ହୁଏ, ଏବଂ ଏହାର ଉତ୍ତର ସେମାନେ ପାଆନ୍ତି ନାହିଁ, ସେତେବେଳେ ସେମାନେ ଭୁଲ ଉତ୍ସକୁ ପ୍ରବେଶ କରନ୍ତି । ଏହା କିଶୋର ମନସ୍ତତ୍ତ୍ୱର ବହୁତ କ୍ଷତି ଘଟାଇଥାଏ । ଅଧିକନ୍ତୁ,ବେଶୀ ସମୟ ଚାଲୁଥିବା ଅନଲାଇନ୍ କ୍ଲାସଗୁଡିକ ଅପେକ୍ଷାକୃତ କମ୍ ଇଣ୍ଟରାକ୍ଟିଭ୍ ଥିବାବେଳେ, ଦୀର୍ଘ ସମୟ ଧରି ଚାଲିବା ଏହାକୁ ନିରସ କରିଥାଏ ।

ପିତାମାତା ଏବଂ ଛାତ୍ରଛାତ୍ରୀମାନଙ୍କ ମତ ଅନୁଯାୟୀ, ଅନଲାଇନ୍ କ୍ଲାସ୍ ସମୟରେ ଏକ ଲମ୍ବା ଲେକ୍ଚର (ମନୋଲୋଗ୍) ଦେବା ପରିବର୍ତ୍ତେ, ଏକ ଛୋଟ ଇଣ୍ଟରାକ୍ଟିଭ୍ ସେସନ ସ୍କରିବା ଭଲ । ପିଲାମାନେ ଭର୍ଚୁଆଲ୍ ଶ୍ରେଣୀଗୃହ ଅପେକ୍ଷା ଅଫଲାଇନ୍ ଶିକ୍ଷାଦାନକୁ ଅଧିକ ପସନ୍ଦ କରନ୍ତି । ଆହୁରି ମଧ୍ୟ, ଆକ୍ସେସ୍ ହୋଇଥିବା ସାଇଟଗୁଡିକ ବିଷୟରେ ବାରମ୍ବାର ମନିଟରିଂ କରିବାକୁ ପଡିବ, ଏବଂ ଅପ୍ରାସଙ୍ଗିକ ସାଇଟଗୁଡିକ ଅବାଧମାନଙ୍କ ପାଇଁ ଅପହଞ୍ଚ ହେବା ଆବଶ୍ୟକ । ଛାତ୍ରମାନଙ୍କୁ ସେମାନଙ୍କ ପିତାମାତାଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ଏବଂ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ପ୍ରଦାନ କରାଯିବା ଆବଶ୍ୟକ । ଅନଲାଇନ୍ କ୍ଲାସ୍ କରିବା ସମୟରେ ଶ୍ରେଣୀଗୃହର ପରିବେଶକୁ ବଜାୟ ରଖିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ।

Translated from Effect of COVID-19 on Education