ଫଟୋ ଉତ୍ସ: ୱିକି କମନ୍ସ

ତୋର ଗୀତ ନସରୁଣୁ 

ଫିଥର ମୁଁ ଶୋଇଯାଏ ବହଳ ନିଦରେ,


ଆମ ଅଗଣାରେ ଖସିପଡିଥିବା ସରଗର ଶଶିକୁ

ତୁ କେତେବେଳେ ଚଉତି ରଖିଦଉ ଆକାଶରେ, ଜାଣେନା


ଯେଉଁ ଫେରି ନଥିବା ପୁଅପାଇଁ

ବାହୁନି ହୋଇ ଗାଉଥିଲୁ

'କୋଇଲି ଲୋ, କେଶବେ ଯେ ମଥୁରାକୁ ଗଲା'

ସେ ପୁଅ ଫେରେ ରାତିର କଉ ପ୍ରହରରେ, ଜାଣେନା


ଜାଣେନା, କାହା ମୁହଁ ଅନାଇ ବଂଚୁଥିୂବୁ

ତୋ ଶ୍ୟାମଘନ ମଧୁଭୂବନ ଗଲା ପରେ ପରେ


ଜାଣିଛି ତ ଖାଲି ଏତିକି , 

ତୋ ଛାତିତଳ ଆଦିମ ଜଙ୍ଗଲେ ବାଟବଣା ଲହମାଡି

ଫେରି ପାରି ନଥିବା ଦୁଃଖମାନଙ୍କୁ ତୁ

ଆଜି ବି ଯାଚି ଦଉଥିବୁ ସୁନ୍ଦର ନିୟତିର ପ୍ରତିଶ୍ରୁତି


କୋଳାହଳଂକ ଶବରେ ଗଢା ନିର୍ଜନ ରାସ୍ତାରେ 

ଆଜି ବି ପାଦହଳେ ହୋଇ ପହଁରୁଥିବୁ ଶୂନ୍ୟ ଅନ୍ଧାରରେ

ନିଜ ହାତ ଗଢା ପୃଥିବୀର କିଚିରି ମିଚିର ଖୋଜି ଖୋଜି 


ତୁ ଆଜିବି 

ସକଳ କଇଁଫୁଲିଆ ଉଦାସକୁ ଧୋଇଦେଇ 

ନଈରୁ ଫେରୁଥିବୁ ହସନ୍ତ ସକାଳଟେ ପରି !