ସେ ମୋ ଆଶା ଗଗନ ତାରକା
ଅମା ଅନ୍ଧାରେ ଆଲୋକ ରେଖା ।

ହୃଦ ପଙ୍କଜ ବନ ମିହିର
ଶୁଷ୍କ ମରୁଭୂମେ ବାରିଧାରା
ଆଶାଇନି ଆଶାର ଚକୋର
ଅନ୍ଧ ନୟନ ଉଜ୍ଜ୍ୱଳ ରେଖା ।

ଚିର ପିପାସୀ ଚାତକୀ ପ୍ରାଣେ
ବାରିଧାର ଶାନ୍ତି ଜାଗରଣେ
ନଭୁଲିବି ଜୀବନେ ମରଣେ
ପଣେ ଚରଣେ ହୋଇଛି ବିକା ।

କ୍ଷଣେ ଅନ୍ତରୁ ନୋହେ ଅନ୍ତରି
କ୍ଷୀର ନୀର ଯୋଗାଯୋଗ ପରି
ଜାଗି ରହିଛି ଚୁମ୍ବକ ପରି
ଲାଗି ଯିବାକୁ ସଂଗତେ ତାର ।