ସରୋଜିନୀ ଗୋ ।
ଏକି ବିପରୀତ ତୋର
ସରସି କୂଳର ସରସ ଗିର1 ମୋ
ସ୍ମରଣ କରମ କର (ସରୋଜିନୀ ଗୋ)

ସିରେ ସନମତ କଲୁ
ସୁଷମା ନେତ୍ରରେ ସଂକେତ ଦେଲୁଗୋ
ସଂଗେସଂଗେ ପାଶୋରିଲୁ (ସରୋଜିନୀ) ।

ଶିଶୁରୀତି ଆଚରିଲୁ ଶୁକଳ ପକ୍ଷରେ ଅନ୍ଧାର କଲୁଗୋ
ସୁମନେ ସମନ2 ହେଲୁ ।(ସରୋଜିନୀ) ।

ସୁମନ ପତି ସ୍ୱଭାବ ସୁମନେ ସୁମନେ ବହିଲୁ ଭାବ ଗୋ
ସୁମନା ଏକି ସ୍ୱଭାବ (ସରୋଜିନିୀ ଗୋ) ।


  1. ବଚନ, କଣ୍ଠସ୍ୱର 

  2. ବିଚାରାଳୟର ଆଦେଶପତ୍ର