ସଙ୍ଗୀତ ଗାନେ ପଂଚମ ତାନେ
ମୋହିଲ ମୋର ମନକୁ ଗୋ ମନହରା ।

ତୁମ୍ଭେ ମୋର ଦିନବର
ସୋହାଗିନୀ ସରୋଜିନୀ ଆଶାର ପସରା ।

ତୁମ୍ଭେ ମୋର ସୁଧାକର
ତୁମ୍ଭ ଶୀତଳ କିରଣ ସଦା ମୋ ଆଶରା ।

ତୁମ୍ଭେ ମୋର ଛେନାପୁର
ରାଧା ବହ୍ଲବି ସଙ୍ଗତେ ରାବିଡ଼ି ପସରା ।

ତୁମ୍ଭ ବାଣୀ ମିଶ୍ରି ପାଣି
ଅଧର ମଣ୍ଡାକୁ ଲୋଡ଼ା ଚିବୁକ କାକରା ।