(ମିଳନ ରେଖା)
ସୁଦୂର ଗଗନେ ତୋର ଦେଲାଣି ଦେଖା ।
ଅମା ଅନ୍ଧାରେ
ହୃଦ ଫନ୍ଦା1 ରେ
ବଧାଇ ଦେଲାଣି ତାର ଆଶା ତାରକା ।

ଗନ୍ଧ ଜଡ଼ିତ
ମନ ମରୁତ
ମନ୍ଦ2 ମନ୍ଦ3 ବହିବାର ଗଲାଣି ଦେଖା ।

ନବୀନ ଘନ
କଲାଣି ସ୍ୱନ
ମରୁଭୂମେ ସରିଯିବ ସଲିଳ ରେଖା ।

ହୋଇଛି ଅନ୍ତରେ
ଲେଖା ଲିପିରେ
ନଈକୂଳେ ଖରାବେଳେ ତା’ସଙ୍ଗେ ମୋ ଦେଖା ।


  1. ଆଶ୍ରୟ, ଅବଲମ୍ବନ, କୌଶଳ 

  2. ମୃଦୁ, ଧୀର 

  3. ମୃଦୁ, ଧୀର