ହୃଦ ଗଗନ ତାରକା (ଆ..ଆ..ଆ..ଆ)
ସେହି ମୋ ଧ୍ୟାନ ସେହି ମୋ ଜ୍ଞାନ
ସେହି ମୋ ଅନ୍ତର ସଖା ।(ଘୋଷ) ।

ନବୀନ ନିରଦ ମୋତେ
ଅନାଇ ଥାଇ ନିରତେ1
ଚାହେଁ ଚାତକିନି ପରି
ବରଷିବେ କୃପାବାରି
ସଂତପ୍ତ ପରାଣେ ମୋର
ସେହି ସଲିଳ ସଂଚାର
ତରଣେ ତର ନଉକା ।୧।

ଦରିଦ୍ର ମନ ମନ୍ଦିରେ
ହୃଦ ଅମା ଅନ୍ଧକାରେ
ସେହି ରତନ ଅଞ୍ଜଳି
ସେ ମୋ ରତ୍ନ ଦୀପାବଳି
ନୟନ ହରା ନୟନ
ନିଶୀଥିନୀ2ର ତପନ
ଚରଣେ ହୋଇଛି ବିକା ।୨।


  1. ସର୍ବଦା, ଦିବାନିଶି 

  2. ରାତ୍ରି