(ବନ୍ଧୁ ହେ) ମଉଳା କୁସୁମ ପରି
ବରଷିଲ ନାହିଁ ସୋହାଗ ମଧୁପେ
ନିଶୀଥିନୀ1 ଅନୁସରି2

ଆଶା ପଥେ ଜାଗି ଜାଗି
ନିରାଶ ହେଲା ଅଭାଗି

ଅଶ୍ରୁପୂର୍ଣ୍ଣ ନେତ୍ରେ ଚିନ୍ତାଇଲ ଗାତ୍ରେ
ଅନାଥିନୀ ପରି କରି ।

କେତେ ମନଗଢ଼ା ମାଳ
ଗୁନ୍ଥା ମୋ ହେଲା ବିଫଳ

ସଜଡ଼ା ରତନ ଅଯାଡ଼ି ଫିଙ୍ଗିଲ
ଖଂଟ ପଣ ମନେ ଧରି ।


  1. ରାତ୍ରି  

  2. ଅନୁସରଣ କରିବା, ବହୁତ ବିନୟ କରିବା