ବାରିଦେ ଦାମିନୀ ମଜ୍ଜାଇଲା ପରି
ମଜ୍ଜାଇଲା ମୋର ମନ ନୀରଦେ(ହୃଦ ବଉଦେ)
ଭିଜାଇବା ପାଇଁ ଧଉର୍ଯ୍ୟ ସ୍ତମ୍ବକୁ
ସଜାଇ ଦେଇଛି ସୁଷମା ଫାନ୍ଦେ ।

ଜୋଛନା କି ଢ଼ାଳି ଦେଇଛି ଶଶୀ
କନକ ଲତାରେ ଯାଇଛି ମିଶି
ଆକାଶ କୁସୁମ ନରହିତ କାମ
ମନାଟି ମରତେ ହେଲାକି ଉଦେ ।

କା ଭାଗ୍ୟ ତପନ ହୋଇବ ଉଦେ
ପୀୟୂଷ ଭଣ୍ଡାର ଲୁଣ୍ଠନ ସାଦେ
ଅଗାଧ ସିନ୍ଧୁରେ ସଂତପ୍ତ ସଂଚାର
ହୋଇଛି କେତେ ଅଛି ପ୍ରବାଦେ ।